ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

You are currently viewing ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ

ଅନୁଗୁଳ: ଅନୁଗୁଳସ୍ଥିତ ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଛି। ପ୍ରଥମେ ହକିର କିମ୍ବଦନ୍ତୀ ତାରକା ମେଜର ଧ୍ୟାନଚନ୍ଦଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ଦ୍ରୌପଦୀ ପଟେଲଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ କ୍ରୀଡାବିତ୍ ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ପ୍ରକାଶ କୁମାର ଗଡ଼ନାୟକ ଯୋଗ ଦେଇଥିଲେ। ଏ ଅବସରରେ ମହାବିଦ୍ୟାଳୟର କ୍ରୀଡା ଉପଦେଷ୍ଟା ସବ୍ୟସାଚୀ ଦାସ ଏବଂ ଶାରିରୀକ ଶିକ୍ଷା ପ୍ରଶିକ୍ଷକ ଡ. ଦିଲ୍ଲୀପ କୁମାର ପ୍ରଧାନ ଓ କଳା ଉପଦେଷ୍ଟା ଚନ୍ଦ୍ର ଶେଖର ମହାନ୍ତିଙ୍କ ତତ୍ତ୍ୱାବଧାନରେ ବିଭିନ୍ନ କ୍ରୀଡ଼ାତ୍ମକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଚିତ୍ରାଙ୍କନ ପ୍ରତିଯୋଗିତାରେ ବର୍ଷାରାଣୀ ସାହୁ, ଭରତ ନାଏକ, ରାହୁଲ ଖଡ଼ିଆ ଓ ପୂର୍ଣ୍ଣଚନ୍ଦ୍ର ନାଏକ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଛନ୍ତି। ସେହିଭଳି ମ୍ୟୁଜିକ ଚେୟାରରେ ନିହାରିକା ମାଝୀ ପ୍ରଥମ, ପରିଣୀତା ବିଶ୍ୱାଳ ଦ୍ଵିତୀୟ ଓ ଇତିଶ୍ରୀ ପରିଡା ତୃତୀୟ ହୋଇଥିଲେ। ଅପରାହ୍ନରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବିଇଡି ଦ୍ଵିତୀୟ ବର୍ଷର କ୍ୟାପଟେନ ମାନସ ତାଣ୍ଡିଙ୍କ ଟିମ ବିଜୟୀ ହୋଇଥିବା ବେଳେ କ୍ୟାପଟେନ ଜଗନ୍ନାଥ ଦାସଙ୍କ ଟିମ ରନର୍ସ ଅପ୍ ହୋଇଥିଲେ।

ବିଚାରକ ଭାବରେ ପ୍ରାଧ୍ୟାପିକା ସୁଚିସ୍ମିତା ବେହେରା, ବିଷ୍ଣୁପ୍ରିୟା ଜେନା, ସୌଭାଗ୍ୟ ଲକ୍ଷ୍ମୀ ପାଗଡ଼, ସୁହାନା ବେଗମ, ମିତାଲି ସ୍ୱାଇଁ ଓ ପ୍ରାଧ୍ୟାପକ ପ୍ରତ୍ୟୁଷ ରଞ୍ଜନ ସାହୁ, ପ୍ରକାଶ ଚନ୍ଦ୍ର ସାହୁ, ଶିବ ପ୍ରସାଦ ମଲ୍ଲିକ, ସହକାରୀ ପ୍ରଫେସର ବନମାଳୀ ବାଗ ପ୍ରମୁଖ ଯୋଗ ଦେଇଥିଲେ। ସନ୍ଧ୍ୟାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

Share

Leave a Reply