କୁଇଓ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ କଲେ ଜାତୀୟ ଟିମ୍, ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକର କଲେ ଆକଳନ

You are currently viewing କୁଇଓ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ କଲେ ଜାତୀୟ ଟିମ୍, ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକର କଲେ ଆକଳନ

ଅନୁଗୁଳ : ସ୍ଥାନୀୟ ବଅଁରପାଳ ବ୍ଲକ କୁଇଓ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଜାତୀୟସ୍ତରୀୟ ଏକ ଟିମ୍ ପରିଦର୍ଶନ କରି ଜାତୀୟ ଗୁଣବତ୍ତା ନିଶ୍ଚିତତା ମାନକ ଆକଳନ କରିଛନ୍ତି। ଉକ୍ତ ଜାତୀୟ ଟିମରୁ ଡ଼ଃ ରେହନ ଅହମଦ କୁରେସି ଓ ବିଶାଳ କଟେରିଆ ପ୍ରତିନିଧିତ୍ୱ କରିଥିଲେ। ଏହି ଆକଳନ ପ୍ରସ୍ତୁତିରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରର ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ କୁମୁଦବାଳା ପ୍ରଧାନ, ମହିଳା ସ୍ୱାସ୍ଥ୍ୟ କର୍ମୀ ସୁଫଳା ପ୍ରଧାନ, ସ୍ୱାସ୍ଥ୍ୟ କର୍ମୀ ସନ୍ତାେଷ କୁମାର ସାହୁ ଓ ହାଉସ କିପିଂ ସିପି ଦେହୁରୀ ଅଂଶଗ୍ରହଣ କରିଥିଲେ।

କାର୍ଯ୍ୟକ୍ରମରେ ଗୋଷ୍ଠୀ ଜନସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ ଶଙ୍କର୍ଷଣ ଗାଆଣ, ଜାମୁନାଳୀ ସରପଞ୍ଚ ଶିଲା ପ୍ରଧାନ, ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଡ଼ଃ ପୂର୍ଣ୍ଣିମା ଉଦଗାତା, ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରମୁଖ ପରିଚାଳକ ଓ ପରାମର୍ଶଦାତା, ସମସ୍ତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ଉପସ୍ଥିତ ଥିଲେ।

Share

Leave a Reply