ଜାତୀୟ ମତଦାତା ଦିବସ: ଶ୍ରେଷ୍ଠ ନିର୍ବାଚନ ଅଧିକାରୀ ଭାବେ ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା ପୁରସ୍କୃତ

You are currently viewing ଜାତୀୟ ମତଦାତା ଦିବସ: ଶ୍ରେଷ୍ଠ ନିର୍ବାଚନ ଅଧିକାରୀ ଭାବେ ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନା ପୁରସ୍କୃତ

ଅନୁଗୁଳ: ଆଜି ପୂର୍ବାହ୍ନରେ ଜିଲ୍ଲା ପ୍ରଶାସନର ନିର୍ବାଚନ ବିଭାଗ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ମିଳିତ ସହଯୋଗରେ ୧୩ତମ ଜାତୀୟ ମତଦାତା ଦିବସ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଆମ ଗଣତନ୍ତ୍ରକୁ ସୁଦୃଢ କରିବା ପାଇଁ ମତଦାତା ନିର୍ବାଚନରେ ନିଜ ନିଜର ମତଦାନ କରି ଅଧିକାରକୁ ସାବ୍ୟସ୍ତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ। ଏହି ଉପଲକ୍ଷେ ପୂର୍ବାହ୍ନରେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା।
ଏହି ଶୋଭାଯାତ୍ରାରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଉପଜିଲ୍ଲାପାଳ ବୈତୁରା ଦୀପ୍, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଡେପୁଟି କଲେକ୍ଟର(ନିର୍ବାଚନ) ମନିଷା ଗୁପ୍ତା, ସହକାରୀ ଜିଲ୍ଲାପାଳ ସୁକାନ୍ତ କୁମାର ଦାସ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୈଳାଶ ଚନ୍ଦ୍ର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ, ପ୍ରଫେସର ଶାନ୍ତନୁ ସରଙ୍କ ସମେତ ସରକାରୀ ପଦାଧିକାରୀ, ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।
ଏ ଅବସରରେ ଜିଲ୍ଲାର ଶ୍ରେଷ୍ଠ ନିର୍ବାଚନ ଅଧିକାରୀ ଭାବେ ଆଠମଲ୍ଲିକ ଉପଜିଲ୍ଲାପାଳ ତରଣୀ ସୁନାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଙ୍କୁ ପୁରସ୍କୃତ କରାଯାଇଛି।

Share

Leave a Reply