ସତ ହେଲା ଏଟିଭିର ଅନୁମାନ: ସାତକୋଶିଆରେ ଅଣ୍ଡାରୁ ଫୁଟିଲେ ୨୯ ଟି ଘଡ଼ିଆଳ ଶାବକ

You are currently viewing ସତ ହେଲା ଏଟିଭିର ଅନୁମାନ: ସାତକୋଶିଆରେ ଅଣ୍ଡାରୁ ଫୁଟିଲେ ୨୯ ଟି ଘଡ଼ିଆଳ ଶାବକ

ଅନୁଗୁଳ: ସତ ହେଲା ଏଟିଭିର ଅନୁମାନ। ମହାନଦୀର ସାତକୋଶିଆ ଗଣ୍ଡରେ ଚଳିତ ବର୍ଷ ପୁଣି ଥରେ ଅଣ୍ଡା ଫୁଟାଇ ଛୁଆ ଜନ୍ମ କରିଛି ଘଡ଼ିଆଳ କୁମ୍ଭୀର। ଏନେଇ ଗତ ଏକ ମାସ ତଳେ ଏଟିଭିରେ ଖବର ପ୍ରସାରିତ ହୋଇଥିଲା। ଆଜି ଏବେ ଏହା ସତ ବୋଲି ସୂଚନା ମିଳିଛି।

ସାତକୋଶିଆ ଗଣ୍ଡରେ ମା’ ଘଡ଼ିଆଳ ସହ ୨୯ଟି ଶାବକ ପାଣିରେ ଖେଳୁଥିବା ଦେଖାଯାଇଛି। ଦୀର୍ଘ ୫୦ ବର୍ଷ ପରେ ୨୦୨୧ ମସିହା ମେ ୨୨ରେ ପ୍ରଥମ ଥର ପାଇଁ ଏକ ମାଈ ସାତକୋଶିଆ ଗଣ୍ଡର ବଳଦମଡା ଠାରେ ଘଡ଼ିଆଳ ୨୮ଟି ଶାବକକୁ ଜନ୍ମ ଦେଇଥିଲା। ସେହିପରି ୨୦୨୨ ମେ ୧୧ରେ ୩୦ଟି ଶାବକ, ୨୦୨୩ ମେ ୨୫ରେ ୩୫ଟି ଶାବକ, ୨୦୨୪ ମେ ୨୩ରେ ୩୫ଟି ଛୁଆ ଜନ୍ମ ଦେଇଥିଲା। ଚଳିତ ବର୍ଷ ପୁଣି ଥରେ ମେ ୧୮ରେ ୨୯ଟି ଶାବକ ସହ ମା’ ଘଡ଼ିଆଳ ସହ ଖେଳୁଥିବା ଦେଖାଯାଇଛି।

ବର୍ତ୍ତମାନ ଛୁଆ ଫୁଟାଇବା ସ୍ଥାନରେ ସିସିଟିଭି ଲଗାଇବା ସହ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଏ ଅଞ୍ଚଳକୁ ସାଧାରଣ ପ୍ରବେଶ ନିଷେଧ କରାଯାଇଥିବା ସୂଚନା ମିଳିଛି।

Share

Leave a Reply