ଅନୁଗିଳ: ସାମାଜିକ ଅନୁଷ୍ଠାନ “ସାଥୀ ପରିବାର” ପକ୍ଷରୁ “ମନ୍ଦରଗିରି ନେଚର ୱାକ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସିଦ୍ଧାର୍ଥ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠାନର ପରାମର୍ଶଦାତା ସୁଶାନ୍ତ ତ୍ରିପାଠୀ, ଆର୍ଯ୍ୟଭଟ୍ଟ ଶିକ୍ଷାନୁଷ୍ଠାନର ଅଧ୍ୟାପିକା ସ୍ୱପ୍ନା ମଂଜରୀ, ପ୍ରକୃତି ପ୍ରେମୀ ବିଷ୍ଣୁପ୍ରିୟା ଦାସ, ଭାରତୀୟ ସେନାର ହାସ୍ୟଜିତ୍ ସାହୁ ଏବଂ ପ୍ରସନ୍ନ ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଆର୍ଯ୍ୟଭଟ୍ଟ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ବନ୍ତଳା ସେକେଣ୍ଡ ୟୁଥ ଆସୋସିଏସନ କର୍ମକର୍ତ୍ତା ଏବଂ ଅନୁଗୋଳ ସହର ଓ ଆଖପାଖ ଅଂଚଳର ଯୁବ ପ୍ରକୃତି ପ୍ରେମୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ଅଂଶଗ୍ରହଣକାରୀମାନେ ମନ୍ଦରଗିରି ପର୍ବତ ଚଢ଼ି ମନ୍ଦରଗିରିର ଐତିହ୍ୟ, ଔଷଧିୟ ଉଦ୍ଭିଦ, ବିଭିନ୍ନ ବନ୍ୟପ୍ରାଣୀ, ପକ୍ଷୀବଂଶ ଏବଂ ଜୈବବିବିଧତା ସଂସ୍ପର୍ଶରେ ଆସିଥିଲେ। ମନ୍ଦରଗିରି ପରିଭ୍ରମଣ ପରେ ସୁଶାନ୍ତ ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଦେବାଶିଷ ସାହୁ, ଗୁରୁଦେବ ସାହୁ, ପପୁନ ସାହୁ ଏବଂ ସୁବ୍ରତ କୁମାର ପ୍ରଧାନ ପ୍ରମୁଖ ପରିଚାଳନା କରିଥିଲେ।


