ଅନୁଗୁଳ: କାହା ଭାଗ୍ୟ କେତେବେଳେ ବଦଳିଯିବ କେହି କହି ପାରିବେ ନାହିଁ। ଏଭଳି ଏକ ଘଟଣାକ୍ରମରେ ଏକ ସ୍ଵିଫ୍ଟ କାର ଜିତିଛନ୍ତି ନିଲକମଲ ବରା ମିସ୍ତ୍ରୀ ସନା ବେହେରା।
ସନାଙ୍କ ଘର ତାଳଚେର ଅଞ୍ଚଳରେ ଦୀର୍ଘ ବର୍ଷ ହେବ ସେ ଏଇ ହୋଟେଲରେ କାମ କରି ଆସୁଛନ୍ତି। ବେଳେ ବେଳେ ସେ ମାସେ ଦୁଇ ମାସ ପାଇଁ ଛୁଟିରେ ପଳାନ୍ତି। ହେଲେ ତାଙ୍କ ହାତ ପାଇଁ ସେ ଯେତେବେଳେ ଆସିଲେ ବି ତାଙ୍କ ଚାକିରି ପୁଣି ଆରମ୍ଭ ହୁଏ ସନାତନ,ସନା ଓରଫ ସାନୁ ବେହେରାଙ୍କ ସ୍ତ୍ରୀ ରୁଚି ମସଲା କିଣି ବ୍ୟବହାର କରୁଥିବା ବେଳେ ତାଙ୍କ ପୁଅ ସେ ସବୁକୁ ସ୍କ୍ରାଚ କରି କମ୍ପାନୀ କୁ ପଠାଏ।ଏଭଳି ପଠାଉ ପଠାଉ ସନାଙ୍କୁ ଭାଗ୍ୟ ବଳେ
ପ୍ରଥମ ପୁରସ୍କାର ସ୍ୱରୂପ ଶ୍ଵିଫ୍ଟ କାର ମିଳିଥିଲା
ଗତ ରବିବାର ରୁଚି କମ୍ପାନୀ ପକ୍ଷରୁ ଭୁବନେଶ୍ୱରରେ ଏକ ସମାରୋହରେ ସନାଙ୍କୁ ଏହି ଉପହାରଟି ମିଳିଛି। ସିନେ ଷ୍ଟାର ପପୁ ପମପମ୍, ଲିପି ଓ ଅନ୍ୟ ବହୁ ସେଲିବ୍ରିଟିଙ୍କ ଉପସ୍ଥିତିରେ ସନାଙ୍କୁ ଏହି ପୁରସ୍କାର ଦିଆଯାଇଥିଲା। ଗାଡ଼ିକୁ ଧରି ସେ ଖୁବ୍ ଶୀଘ୍ର ନିଲକମଲ ଆସିବେ ବୋଲି କହିଛନ୍ତି ସନା।