ନାଲକୋ କର୍ତ୍ତୃପକ୍ଷଙ୍କ ଶ୍ରମିକ ମାରଣା ନୀତିକୁ ବିରୋଧ, ୧୫ ଦଫା ଦାବି ନେଇ ନେପୁ ପକ୍ଷରୁ ଗଣଧାରଣା

You are currently viewing ନାଲକୋ କର୍ତ୍ତୃପକ୍ଷଙ୍କ ଶ୍ରମିକ ମାରଣା ନୀତିକୁ ବିରୋଧ, ୧୫ ଦଫା ଦାବି ନେଇ ନେପୁ ପକ୍ଷରୁ ଗଣଧାରଣା

ନାଲକୋ ନଗର: ବଅଁରପାଳ ବ୍ଲକର କେନ୍ଦ୍ରୀୟ ନବରତ୍ନ କାରଖାନା ନାଲକୋର ପ୍ରଶାସନିକ ଭବନ ସମ୍ମୁଖରେ ନେପୁ ଶ୍ରମିକ ସଂଗଠନ ତରଫରୁ ପନ୍ଦର ଦଫା ଦାବି ନେଇ ଗଣ ଧାରଣା ଦିଆଯାଇଛି। ସେମାନଙ୍କ ଦାବି ଗୁଡିକୁ ନାଲକୋ ମୁଖ୍ୟଙ୍କୁ ଅବଗତ କରାଇଥିଲେ ମଧ୍ୟ ସେ ଏଥି ପ୍ରତି କର୍ଣ୍ଣପାତ କରୁ ନାହାନ୍ତି।

ସେମାନଙ୍କର ଦାବିଗୁଡିକ ହେଲା ୨୦୧୭ ମସିହା ଠାରୁ ବକେୟା ଥିବା ଇନସେଣ୍ଟିଭି ରିଭିଜନ କରିବା, ଅତିଶୀଘ୍ର ୟୁନିଫର୍ମ ପ୍ରଦାନ କରିବା, ଦୁଇ ବର୍ଷର ବରିଷ୍ଠତା ଭିତ୍ତିରେ ଏରିୟର ପ୍ରଦାନ, ୨୪ ଘଣ୍ଟିଆ କ୍ୟାଣ୍ଟିନର ବ୍ୟବସ୍ଥା, ନାଲକୋ କର୍ମଚାରୀମାନେ ରହୁଥିବା ଟାଉନସିପରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ଆଦି ରହିଛି।

ପୂର୍ବରୁ ମଧ୍ୟ ଏହି ନେପୁ ସଂଗଠନ ଦ୍ଵାରା ଭୁବନେଶ୍ୱର ଠାରେ ଥିବା କାର୍ଯ୍ୟାଳୟରେ ଗଣଧାରଣା ଦିଆ ହୋଇଥିଲା। ସେତେବେଳେ ଏଗୁଡିକର ପୂରଣ ପାଇଁ ନାଲକୋର ପ୍ରଶାସନିକ ସ୍ତରରେ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ଏଥିରେ କୌଣସି ପ୍ରକାର ଅଗ୍ରଗତି ନ ହେବାରୁ ଆଜି ଏହି ଗଣ ଧାରଣା ଦିଆ ହୋଇଛି।

ଏହି ଗଣ ଧାରଣାରେ ନେପୁ ସଂଗଠନର ସଭାପତି ତଥା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ସାଧାରଣ ସମ୍ପାଦକ ବୈରାଗୀ ସେଠ, କାର୍ଯ୍ୟକାରୀ ସଭାପତି ଅଜୟ ଦାସ, ମାଙ୍ଗିଲାଲ ସାମଲ, ଶରତ ଚନ୍ଦ୍ର ବେହେରା, ସହ ସମ୍ପାଦକ ସତ୍ୟଜିତ ବିଶ୍ୱାଳ, ତଅଁଲୁ ସାହୁ, ଲିଟୁ ଗଡ଼ନାୟକ, ଗଣେଶ୍ୱର ବେହେରା, ଜଗନ୍ନାଥ ଏକା, ଜିତେନ୍ଦ୍ର ଜେନା ପ୍ରମୁଖ ସଦସ୍ୟ ସହଯୋଗ କରିଥିଲେ।

Share

Leave a Reply