ଅନୁଗୁଳ: ଆଜି ସିମିଳିପଡ଼ା ନେତାଜୀ ଉଦ୍ୟାନରେ ମହାପୁରୁଷଙ୍କ ୧୨୬ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଲିଟିଲ୍ ହାର୍ଟସ୍ ଓ ଓଡିଏମ୍ ସ୍କୁଲ ଆନୁକୁଲ୍ୟରେରେ ଆୟୋଜିତ ଏହି ସମାରୋହରେ ଢେ଼ଙ୍କାନାଳ ଏମପି ମହେଶ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭାରତୀୟ ସ୍ଵାଧୀନତା ସଂଗ୍ରାମରେ ନେତାଜୀ ସୁଭାଷ ବୋଷଙ୍କ ସାହସିକ ଭୂମିକା ଦେଶବାସୀ ସବୁଦିନେ ମାନେ ରଖିବେ ବୋଲି କହିଥିଲେ। ସମ୍ମାନିତ ଅତିଥି ରୂପେ ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷ ଅବନିକାନ୍ତ ସାହୁ,ବସୁଧା ଉପଦେଷ୍ଟା ଦିନେଶ ପ୍ରଧାନ,
ନଗର ପାଳ ଅକ୍ଷୟ ସାମନ୍ତ,କାଉନସିଲର ସୁକାନ୍ତି ଦାସ,ସ୍କୁଲ ପ୍ରିନ୍ସିପାଲ କଳିଙ୍ଗ ରୁଦ୍ର ପଣ୍ଡାଙ୍କ ସମେତ ସ୍ଥାନୀୟ ସୋସାଇଟି ସଦସ୍ୟ,ଅନୁଗୁଳ ବହୁ ବରିଷ୍ଠ ନାଗରିକ,ଆମ ପ୍ରତିଭା ଆମ ପରିଚୟ ର କର୍ମ କର୍ତ୍ତା ମାନେ ଯୋଗ ଦେଇଥିଲେ। ସ୍କୁଲର ପିଲାମାନେ ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ।ଅତିଥି ମାନେ ପିଲା ମାନଙ୍କୁ ନେତାଜୀଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ।
ନେତାଜୀଙ୍କ ୧୨୬ ତମ ଜୟନ୍ତୀ ପାଳିତ
