ଅନୁଗୁଳ: ଆସୁଛି ୨୦୨୪ ନିର୍ବାଚନ। ଏଥିପାଇଁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏ ନେଇ ଅଲ ଇଣ୍ଡିଆ କଂଗ୍ରେସ କମିଟି ରାଜ୍ୟରେ ୧୦ ଜିଲ୍ଲାର ନୂତନ ଭାବେ ସଭାପତିଙ୍କୁ ଚୟନ କରାଯାଇଛି।
ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ସଂଗ୍ରାମ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ସେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ଜିଲ୍ଲା ସଭାପତି ଭାବେ ଦାୟିତ୍ୱ ନେବା ପରେ ଶ୍ରୀ ମିଶ୍ର କହିଛନ୍ତି, ଜିଲ୍ଲାରେ କଂଗ୍ରେସର ସ୍ଥିତି ଭଲ ରହିଛି। ଦଳର ପୁରୁଣା କର୍ମୀ ଓ ନୂଆ କର୍ମୀଙ୍କୁ ଏକାଠି କରି ଦଳର ସ୍ଥିତିକୁ ମଜଭୁତ କରିବେ ବୋଲି ସେ କହିଛନ୍ତି।
ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଭାବରେ ସଂଗ୍ରାମ ମିଶ୍ରଙ୍କୁ ନୂଆ ଦାୟିତ୍ୱ
