ଅନୁଗୁଳ: ଜିଲ୍ଲା ବିଜେପିର ଜିଲ୍ଲା ପଦାଧିକାରୀ ତଥା ନୂତନ କମିଟି ଘୋଷଣା କରାଯାଇଛି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ଯଯାତି ପଟ୍ଟନାୟକ ବିଧିବଦ୍ଧ ଭାବେ ୨୧ ଜଣ ନୂତନ କମିଟି ଘୋଷଣା କରିଛନ୍ତି। ଜିଲ୍ଲା ଉପ ସଭାପତି ଭାବେ ନୃସିଂହ ବରାଳ, ଚୌଧୁରୀ ପ୍ରଧାନ, ରାଜେନ୍ଦ୍ର ସିଂହ, ମନୋଜ ପ୍ରଧାନ, ମୀରା ଗଡ଼ନାୟକ, ଅଞ୍ଜଳି ପ୍ରଧାନ, ସୌଭାଗିନି ପ୍ରଧାନ, ନମିତା ଦଳବେହେରା, ଜିଲ୍ଲା ସାଧାରଣ ସଂପାଦକ ଭାବେ ପ୍ରଭାତ ପ୍ରଧାନ, ସୁଦିପ୍ ଗଡ଼ନାୟକ, ବସନ୍ତ ମଞ୍ଜରୀ ପ୍ରଧାନ ଜିଲ୍ଲା ସଂପାଦକ ଭାବେ ବୃନ୍ଦାବନ ବେହେରା, ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ସରୋଜ କୁମାର ସାହୁ, ପ୍ରହ୍ଲାଦ ସାମଲ, ଗୋପବନ୍ଧୁ ଗଡ଼ନାୟକ, ଯୋଗମାୟା ପ୍ରିୟଦର୍ଶିନୀ ପାଣିଗ୍ରାହୀ, ଯୋଶବନ୍ତ ପ୍ରସାଦ ବେହେରା, ସସ୍ମିତା କରୁଆ ଓ ଜିଲ୍ଲା କୋଷାଧ୍ୟକ୍ଷ ଭାବେ ବିଶ୍ୱଜିତ୍ ମିଶ୍ରଙ୍କୁ ନୂତନ ଜିଲ୍ଲା କମିଟିରେ ମନୋନୀତ କରାଯାଇଛି। ନୂତନ କମିଟି ତୃଣମୂଳ ସ୍ତରରୁ ବିଜେପିକୁ ସୁଦୃଢ କରିବ ବୋଲି ଜିଲ୍ଲା ସଭାପତି କହିଛନ୍ତି।
ଅନୁଗୁଳ ଜିଲ୍ଲା ବିଜେପିର ନୂତନ ପଦାଧିକାରୀ ଘୋଷିତ
- Post published:December 30, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul
You Might Also Like
ତାଳଚେରର ଯୁବତୀଙ୍କ ହତ୍ୟା ପଛରେ ଅଟୋ ଚାଳକଙ୍କ ସଂପୃକ୍ତି ସନ୍ଦେହ: ଜିଲ୍ଲା ସାରା ଅଟୋ ଯାଞ୍ଚ ଆରମ୍ଭ, ଦସ୍ତାବିଜ ନଥିବା ଚାଳକଙ୍କଠୁ ୨ ଲକ୍ଷ ୭୪ ହଜାର ଟଙ୍କା ଜରିମାନା ଆଦାୟ
ତାଳଚେର ଯାଇ ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ


