ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି ଓବିସି ମୋର୍ଚ୍ଚାର ସାଙ୍ଗଠନିକ ପରିବର୍ତ୍ତନ ହୋଇଛି। ଜିଲ୍ଲା ସଭାପତି ଦିଲେଶ୍ଵର ପ୍ରଧାନଙ୍କ ଅନୁମୋଦନ କ୍ରମେ ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ସରୋଜ କୁମାର ଜେନା ସମସ୍ତ ପଦାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ମୋର୍ଚ୍ଚାର ଉପସଭାପତି ଭାବେ ଅର୍ଜୁନ ସାହୁ, ବିଭୁତି ସାହୁ, କହ୍ନେଇ ସାହୁ ଓ ସୁମନ୍ତ ପ୍ରଧାନଙ୍କୁ ଚୟନ କରାଯାଇଛି। ସେହିପରି ଲକ୍ଷ୍ମଣ କୁମାର ସାହୁଙ୍କୁ ସାଧାରଣ ସମ୍ପାଦକ, ସମ୍ପାଦକ ଭାବେ ନବକିଶୋର ପ୍ରଧାନ, ଯଶୋବନ୍ତ ବେହେରା, ସୁଧାକର ସାହୁ, ହରେକୃଷ୍ଣ ପ୍ରଧାନ, ହିମାଂଶୁ ପ୍ରଧାନ, କିଶୋର ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଭାବେ ଅଜୟ କୁମାର ସାହୁ, ମିଡିଆ ସେଲର ଭୀଷ୍ମ ପ୍ରଧାନ ଓ ସୋସିଆଲ୍ ମିଡିଆର ଦାୟିତ୍ଵ ଯୋଗେନ୍ଦ୍ର ସାହୁଙ୍କୁ ଦିଆଯାଇଛି। ପଦାଧିକାରୀଙ୍କ ନାମ ଘୋଷଣା ବେଳେ ଓବିସି ମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ପ୍ରଦୀପ୍ତ କୁମାର ପ୍ରଧାନ ଉପସ୍ଥିତ ଥିଲେ। ଏହି ନୂତନ କମିଟି ସମଗ୍ର ଜିଲ୍ଲା ପାଇଁ କାର୍ଯ୍ୟ କରିବ ବୋଲି ଜିଲ୍ଲା ସଭାପତି ଶ୍ରୀ ଜେନା ପ୍ରକାଶ କରିଥିଲେ।
ବିଜେପି ଓବିସି ମୋର୍ଚ୍ଚାର ନୂତନ କମିଟି
- Post published:December 25, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
