ଅନୁଗୁଳ: ଅନୁଗୁଳ ପୌରପାଳିକାର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ ଯୋଗଦାନ କରିବା ପରଠାରୁ ଆକ୍ସନମୋଡ଼ରେ ଅଛନ୍ତି। ଗତ ସୋମବାର ଏକ ଚିଠି କରି ଅଫିସ ସମୟ ମଧ୍ୟରେ ଚା’ ପିଆ ନାଁରେ ଖଟି କରିବା, ବିନା ଅନୁମତିରେ ହେଡ଼ କ୍ୱାର୍ଟର ଛାଡି ପଳାଇବା ଉପରେ ରୋକ ଲଗାଇଛନ୍ତି। ଏହାଛଡା ବିଭିନ୍ନ ୱାର୍ଡ ବୁଲି ପରିମଳ ଅବସ୍ଥା ବୁଲି ଦେଖିବା ସହ ଏଥିରେ ସୁଧାର ଆଣିବା ପାଇଁ ନିର୍ଦେଶ ଦେଇଛନ୍ତି। ବସ ଷ୍ଟାଣ୍ଡ ଅଂଚଳରେ ଥିବା ହୋଟେଲ ମାନଙ୍କୁ ମଧ୍ୟ ନିଜ ଅଳିଆ ବିନରେ ରଖି ସେଗୁଡିକୁ ଅଳିଆ ଗାଡ଼ିରେ ଦେବାକୁ ନିର୍ଦେଶ ଦେଇଛନ୍ତି। ସେହିଭଳି ଅନୁଗୁଳ ସହରରେ ପ୍ରଥମ ଥର ପାଇଁ ଆଣ୍ଟି ସ୍ମୋକ କ୍ୟାନନ ମାଧ୍ୟମରେ ବସ ଷ୍ଟାଣ୍ଡ ବଜାର ରାସ୍ତାରେ ସକାଳୁ ପାଣି ସିଞ୍ଚନ କରାଯାଇଛି, ରୋଡ଼ ସୁଇପିଙ୍ଗ ମେସିନ ସାହାଯ୍ୟରେ ରାସ୍ତା ଝାଡୁ ମଧ୍ୟ ଆରମ୍ଭ କରାଯାଇଛି। ଲକ୍ଷ ଲକ୍ଷ ଟଙ୍କାର ଏହି ମେସିନ ପୌରପାଳିକା ପକ୍ଷରୁ କିଣା ଯାଇଥିଲେ ମଧ୍ୟ ସେଗୁଡିକ ବ୍ୟବହାର କରା ନଯିବା ସହରବାସୀଙ୍କୁ କ୍ଷୁବ୍ଧ କରୁଥିଲା। ନୂଆ ଅଧିକାରୀଙ୍କ ଏହି ପଦକ୍ଷେପରେ କର୍ମଚାରୀ ମହଲରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ସହରବାସୀ ଏହାକୁ ସ୍ୱାଗତ କରିଛନ୍ତି।
ଆକ୍ସନମୋଡ଼ରେ ନୂଆ ପୌର ନିର୍ବାହୀ ଅଧିକାରୀ
- Post published:February 11, 2025
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul
You Might Also Like
ଆଗାମୀ ୨୪ ଘଣ୍ଟାରେ ୨୧ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଆସନ୍ତାକାଲିଠାରୁ ୩ ଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ


