ଅନୁଗୁଳ: ଇନଷ୍ଟାଗ୍ରାମର ଲୋକପ୍ରିୟତା ପାଇଁ ଯୁବପିଢ଼ି ଏଥିରେ ଆକ୍ଟିଭ୍ ରହୁଥିବାବେଳେ ଷ୍ଟୋରି ଏବଂ ଭିଡିଓ ପୋଷ୍ଟ କରିଥାନ୍ତି । ଇନଷ୍ଟାଗ୍ରାମ ସବୁବେଳେ ନିଜ ୟୁଜର୍ସଙ୍କ ପାଇଁ ସମୟ ବ୍ୟବଧାନରେ କିଛି ନା କିଛି ପରବର୍ତ୍ତନ ଆଣୁଥିବା ବେଳେ ଏବେ ପୁଣି ଇନଷ୍ଟାଗ୍ରାମ ଆଣିଛି ଏକ ନୂଆ ଫିଚର୍ । ‘ଟେକ୍ ଏ ବ୍ରେକ୍’ ନାମକ ଏକ ଫିଚର୍ ଏବେ ଇନଷ୍ଟାରେ ଦେଖିବାକୁ ମିଳିବ । ଅନେକ ଲୋକ ନିଜର ଅଧିକାଂଶ ସମୟ ସୋସିଆଲ ମିଡିଆରେ ଅତିବାହିତ କରୁଥିବା ବେଳେ ଏହା ଧିରେ ଧିରେ ଲୋକଙ୍କ ଦୈନିକ ଅଭ୍ୟାସରେ ପରିଣତ ହେଲାଣି । ଏଭଳି ଲୋକଙ୍କୁ କିଛି ସମୟ ବିଶ୍ରାମ ଦେବା ଲାଗି କମ୍ପାନୀ ‘ଟେକ୍ ଏ ବ୍ରେକ୍ ନାମକ ଫିଚର୍ ଖୁବ୍ ଶୀଘ୍ର ଆଣିବାକୁ ଯାଉଛି । ଅଧିକରୁ ଅଧିକ ସମୟ ଏଥିରେ ଅତିବାହିତ କରୁଥିବାରୁ ଲୋକଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଏହି କାରଣରୁ ଇନଷ୍ଟା ଏହି ଫିଚର ଆଣିଥିବା କଥା କୁହାଯାଉଛି । ‘ଟେକ୍ ଏ ବ୍ରେକ୍’ ନାମକ ଏହି ଫିଚର ଲୋକଙ୍କୁ ସମୟସୀମା ସଜାଗ କରାଇବ । ଅର୍ଥାତ୍ ଜଣେ ୟୁଜର୍ସ ଇନଷ୍ଟାରେ ଅଧିକ ସମୟ ଅତିବାହିତ କଲେ ‘ଟେକ୍ ଏ ବ୍ରେକ୍’ ଫିଚର ତାଙ୍କୁ ସମୟସୀମା ବିଷୟରେ ଅବଗତ କରାଇବ ।
ଇନଷ୍ଟାଗ୍ରାମ୍ ୟୁଜର୍ସଙ୍କ ପାଇଁ ନୂଆ ଫିଚର
- Post published:November 14, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul