ନୂଆ ଜିଏସଟି ଲାଗୁ: ଶସ୍ତା ହେଲା ଓମଫେଡ୍ ଉତ୍ପାଦ

You are currently viewing ନୂଆ ଜିଏସଟି ଲାଗୁ: ଶସ୍ତା ହେଲା ଓମଫେଡ୍ ଉତ୍ପାଦ

ଭୁବନେଶ୍ୱର: ସୋମବାର ଠାରୁ ରାଜ୍ୟରେ ଲାଗୁ ହୋଇଛି ନେକ୍ସଟ୍ ଜେନ୍ ଜିଏସଟି, ଯାହା ସହିତ ଆରମ୍ଭ ହୋଇଛି ‘ଜିଏସ୍‌ଟି ସଞ୍ଚୟ ଉତ୍ସବ’। ନୂଆ ଜିଏସଟି ଯୋଗୁଁ ଓମଫେଡ୍ ଉତ୍ପାଦର ଦାମ୍ ହ୍ରାସ ପାଇଛି, ଯାହା ମଧ୍ୟବିତ୍ତ ଓ ଚାଷୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି।

ଓମଫେଡ୍‌ର ୫୦୦ ଏମ୍‌ଏଲ୍‌ ୟୁଏଚ୍‌ଟି ଦୁଗ୍ଧ ଦାମ୍ ୨ ଟଙ୍କା କମି ୩୭ ଟଙ୍କା ଓ ୧ ଲିଟର ପ୍ୟାକ୍ ୩ ଟଙ୍କା ହ୍ରାସ ପାଇ ୬୭ ଟଙ୍କା ହୋଇଛି। ପନିରର ୨୦୦ ଗ୍ରାମ ପାଉଚ୍ ୫ ଟଙ୍କା କମି ୭୫ ଟଙ୍କା ଓ ୫୦୦ ଗ୍ରାମ ୧୦ ଟଙ୍କା ହ୍ରାସ ପାଇ ୧୮୦ ଟଙ୍କା ହୋଇଛି। ଫ୍ଲେଭର୍ ମିଲ୍କର ୧୮୦ ଏମ୍‌ଏଲ୍‌ ବୋତଲ ୨ ଟଙ୍କା କମି ୨୩ ଟଙ୍କା, ଟେବୁଲ୍ ବଟର୍‌ର ୧୦୦ ଗ୍ରାମ ୩ ଟଙ୍କା ହ୍ରାସ ପାଇ ୫୭ ଟଙ୍କା ଓ ୫୦୦ ଗ୍ରାମ ୧୮ ଟଙ୍କା କମି ୨୭୨ ଟଙ୍କା ହୋଇଛି। ଘିଅର ୨୦୦ ଏମ୍‌ଏଲ୍‌, ୫୦୦ ଏମ୍‌ଏଲ୍‌ ଓ ୧ ଲିଟର ଟିଣ୍ ଦାମ୍ ଯଥାକ୍ରମେ ୧୦, ୨୫ ଓ ୪୫ ଟଙ୍କା ହ୍ରାସ ପାଇଛି। ୫ ଲିଟର ପଲିଜାର୍ ଘିଅ ଦାମ୍ ୨୨୦ ଟଙ୍କା କମି ୩୨୮୦ ଟଙ୍କା ହୋଇଛି।

Share

Leave a Reply