ରେଙ୍ଗାଳି ଡ୍ୟାମ ସାଇଟ ଥାନାରେ ନୂତନ ଆଇଆଇସି ଚଞ୍ଚଳା ନାୟକଙ୍କ ଯୋଗଦାନ: ଅଞ୍ଚଳର ମହିଳା ସୁରକ୍ଷାକୁ ଦେବେ ପ୍ରାଥମିକତା

You are currently viewing ରେଙ୍ଗାଳି ଡ୍ୟାମ ସାଇଟ ଥାନାରେ ନୂତନ ଆଇଆଇସି ଚଞ୍ଚଳା ନାୟକଙ୍କ ଯୋଗଦାନ: ଅଞ୍ଚଳର ମହିଳା ସୁରକ୍ଷାକୁ ଦେବେ ପ୍ରାଥମିକତା

ଅନୁଗୁଳ: କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ଡ୍ୟାମ ସାଇଟ ଥାନାରେ ନୂତନ ଥାନା ଅଧିକାରୀ ଭାବେ ଆଜି ଚଞ୍ଚଳା ନାୟକ ଯୋଗଦାନ କରିଛନ୍ତି। ପୂର୍ବରୁ ସେ ତାଳଚେର ଥାନାରେ ଆଡିସନାଲ ଆଇଆଇସି ଭାବେ କାର୍ଯ୍ୟରତ ଥିଲେ। ଏପର୍ଯ୍ୟନ୍ତ ରେଙ୍ଗାଳି ଆଇଆଇସି ଥିବା ଶ୍ୟାମଲାଲ ଓରାମଙ୍କ ତାଳଚେର ଥାନାକୁ ବଦଳି ହୋଇଛି। ତେବେ ମାସେ ଭିତରେ ତିନିଜଣ ଆଇଆଇସିଙ୍କ ବଦଳିକୁ ନେଇ ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା ଜୋର ଧରିଛି। ନୂତନ ଆଇଆଇସି ଶ୍ରୀମତୀ ନାୟକ କହିଛନ୍ତି ଯେ, ‘ଅଞ୍ଚଳରେ ମହିଳା ସୁରକ୍ଷା ସହ ଶାନ୍ତି-ଶୃଙ୍ଖଳା ରକ୍ଷାକୁ ସେ ପ୍ରାଥମିକତା ଦେବେ। ଏଥିସହ ଶିଶୁ ସୁରକ୍ଷା, ଟ୍ରାଫିକ ସମସ୍ୟାର ସମାଧାନ ଓ ମଦ୍ୟପ ଚାଳକଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ’‌।

Share

Leave a Reply