ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ସମ୍ମିଳନୀରେ ନୂତନ କର୍ମକର୍ତ୍ତା ଚୟନ, ବ୍ୟୋମକେଶ ଶତପଥୀ ହେଲେ ସଭାପତି

You are currently viewing ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ସମ୍ମିଳନୀରେ ନୂତନ କର୍ମକର୍ତ୍ତା ଚୟନ, ବ୍ୟୋମକେଶ ଶତପଥୀ ହେଲେ ସଭାପତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘର ତ୍ରୟୋଦଶ ଜିଲ୍ଲା ସମ୍ମିଳନୀ ସ୍ଥାନୀୟ ସଂସ୍କୃତ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି। ସଂଗଠନର ସଭାପତି ଶଶାଙ୍କ ଶେଖର ପାଣିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଅନୁଗୁଳ ଜିଲ୍ଲା ବ୍ରାହ୍ମଣ ମହାସଂଘ, ଓଡ଼ିଶା ବ୍ରାହ୍ମଣ ମହାସଂଘ ସହିତ ଅନୁବନ୍ଧିତ ହୋଇ ସରକାରୀ ସ୍ତରରେ ବ୍ରାହ୍ମଣ ନିଗମ ଗଠନ ତଥା ବ୍ରାହ୍ମଣଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା କରିବା ନିମନ୍ତେ ଚେଷ୍ଟା କରିବା ପାଇଁ ମତ ପ୍ରକାଶ ପାଇଥିଲା।

ସଭାରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ବ୍ୟୋମକେଶ ଶତପଥୀ ସଭାପତି, ବିଭୂତିଭୂଷଣ ମହାପାତ୍ର କାର୍ଯ୍ୟକାରୀ ସଭାପତି, କୃଷ୍ଣଚନ୍ଦ୍ର ଆଶ୍ଚର୍ଯ୍ୟ, ଭବାନୀ ଶଙ୍କର ମିଶ୍ର, ଅଶୋକ କୁମାର ପାଣି ଓ ସୁଜିତ କୁମାର ନନ୍ଦ ଉପସଭାପତି, ଆରତରଞ୍ଜନ ଦାଶ ସମ୍ପାଦକ, ସୋମ୍ ପ୍ରସାଦ ଦାଶ ଓ ପବିତ୍ର ମୋହନ ଶତପଥୀ ଯୁଗ୍ମ ସମ୍ପାଦକ, ସନ୍ତୋଷ କୁମାର ମିଶ୍ର, ଅମୀୟ ରଞ୍ଜନ ମିଶ୍ର, ପୂର୍ଣ୍ଣଚନ୍ଦ୍ର ନନ୍ଦ ଓ ଚିଦାନନ୍ଦ ହୋତା ସଂଗଠନ ସମ୍ପାଦକ ନାରାୟଣ ପଣ୍ଡା କୋଷାଧ୍ୟକ୍ଷ, ରମେଶ କୁମାର ତ୍ରିପାଠୀ, ବିପିନ ବିହାରୀ ନାଥ, ଅଚ୍ୟୁତାନନ୍ଦ ଧର ଓ ଗୋପିନାଥ ତ୍ରିପାଠୀ କାର୍ଯ୍ୟକାରୀ ସଦସ୍ୟ, ସୁରେଶ କୁମାର ଶତପଥୀ ଅର୍ଥ ସମୀକ୍ଷକ, ଶଶାଙ୍କ ଶେଖର ପାଣି, ନୃସିଂହ ଚରଣ ମିଶ୍ର, ଜନାର୍ଦ୍ଦନ ମିଶ୍ର ଓ ପ୍ରଶାନ୍ତ କୁମାର ଦାଶ ଉପଦେଷ୍ଟା ଭାବରେ ମନୋନୀତ ହୋଇଛନ୍ତି।

Share

Leave a Reply