୧୦ ଜିଲ୍ଲାରେ ଖୋଲିବ ନର୍ସିଂ କଲେଜ୍

You are currently viewing ୧୦ ଜିଲ୍ଲାରେ ଖୋଲିବ ନର୍ସିଂ କଲେଜ୍

ଅନୁଗୁଳ: ରାଜ୍ୟର ୧୦ ଗୋଟି ଜିଲ୍ଲାରେ ନର୍ସିଂ କଲେଜ୍‌ ଖୋଲିବ । ରାଜ୍ୟରେ ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା । ସରକାର ଏନେଇ ନିଷ୍ପତ୍ତି ନେଇଛନ୍ତି । ସବୁ କଲେଜରେ ୬୦ଟି ଲେଖାଏଁ ସିଟ୍ ରହିବ । ଏଥିସହ ପରବର୍ତୀ ସମୟରେ ଏହି ସିଟ୍ ସଂଖ୍ୟା ବୃଦ୍ଧି କରାଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ମୟୂରଭଞ୍ଜ, ବଲାଙ୍ଗିର, କୋରାପୁଟ, ବାଲେଶ୍ବର, ଝାରସୁଗୁଡ଼ା, ପୁରୀ, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ନର୍ସିଂ କଲେଜ ଖୋଲିବ । ଏଥିସହ ଝାରସୁଗୁଡ଼ା ଜିଲ୍ଲାରେ ଚଳିତବର୍ଷ ହାର୍ଟ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ । ଆଗକୁ କରୋନାର ତୃତୀୟ ଲହର ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ମୁକାବିଲା ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଇଛି । କରୋନା ହାରିବ, ଓଡ଼ିଶା ଜିତିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Share

Leave a Reply