ରଥ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ପରିବର୍ତ୍ତନ, ସୋମବାର ବଦଳରେ ମଙ୍ଗଳବାର ହେବ ଅଭିଯୋଗ ଶୁଣାଣି

You are currently viewing ରଥ ପାଇଁ ଅନୁଗୁଳ ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମରେ ପରିବର୍ତ୍ତନ, ସୋମବାର ବଦଳରେ ମଙ୍ଗଳବାର ହେବ ଅଭିଯୋଗ ଶୁଣାଣି

ଅନୁଗୁଳ: ଅନୁଗୁଳ ଜିଲ୍ଲାପାଳ ମହମ୍ମଦ ଅବ୍ଦାଲ ଅଖତରଙ୍କ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ କରାଯାଇଛି। ଆସନ୍ତା ୮ ତାରିଖ ରଥଯାତ୍ରା ଉପଲକ୍ଷେ ସରକାରୀ ଛୁଟି ଘୋଷଣା କରାଯାଇଥିବାରୁ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟଠାରେ ହେବାକୁ ଥିବା ଜନ ଶୁଣାଣି କାର୍ଯ୍ୟକ୍ରମ ୮ ତାରିଖ ପରିବର୍ତ୍ତେ ୯ ତାରିଖ (ମଙ୍ଗଳବାର) ପୂର୍ବାହ୍ନ ୧୦ ଟାରେ ଅନୁଷ୍ଠିତ ହେବ। ଏ ନେଇ ଜିଲ୍ଲା କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

ଅନ୍ୟପଟେ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ୧୫ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ପାଳଲହଡା ବ୍ଲକ କାର୍ଯ୍ୟାଳୟ, ୨୨ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ବଅଁରପାଳ ବ୍ଲକ କାର୍ଯ୍ୟାଳୟ, ୨୯ ତାରିଖ (ସୋମବାର) ପୂର୍ବାହ୍ନ ୧୦ଟାରେ ତାଳଚେର ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ।

ସେହିପରି ଅଗଷ୍ଟ ମାସ ୫ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ, ୧୨ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ କଣିହାଁ ବ୍ଲକ କାର୍ଯ୍ୟାଳୟ, ୨୦ ତାରିଖ (ମଙ୍ଗଳବାର) ପୂର୍ବାହ୍ନ ୧୦ ଟାରେ କିଶୋରନଗର ବ୍ଲକ କାର୍ଯ୍ୟାଳୟ, ୨୭ ତାରିଖ (ମଙ୍ଗଳବାର) ପୂର୍ବାହ୍ନ ୧୦ ଟାରେ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ।

ସେହିପରି ସେପ୍ଟେମ୍ବର ମାସ ୨ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ପାଳଲହଡ଼ା ବ୍ଲକ କାର୍ଯ୍ୟାଳୟ, ୯ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ବଅଁରପାଳ ବ୍ଲକ କାର୍ଯ୍ୟାଳୟ, ୧୭ ତାରିଖ (ମଙ୍ଗଳବାର) ପୂର୍ବାହ୍ନ ୧୦ ଟାରେ ତାଳଚେର ବ୍ଲକ କାର୍ଯ୍ୟାଳୟ, ୨୩ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ ଆଠମଲ୍ଲିକ ବ୍ଲକ କାର୍ଯ୍ୟାଳୟ ଓ ୩୦ ତାରିଖ (ସୋମବାର) ପୂର୍ବାହ୍ନ ୧୦ ଟାରେ କଣିହାଁ ବ୍ଲକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ।

ଏହି ସମସ୍ତ କାର୍ଯ୍ୟକ୍ରମରେ ସମ୍ପୃକ୍ତ ଅଞ୍ଚଳର ଜନସାଧାରଣ ଯୋଗ ଦେଇ ନିଜ ନିଜର ଆପତ୍ତି ଅଭିଯୋଗ ଉପସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଜଣାଯାଇଛି। ସେହିପରି ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଜିଲ୍ଲା କାର୍ଯ୍ୟାଳୟଠାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Share

Leave a Reply