ଅନୁଗୁଳ: ମୋଟର ଭେଇକଲ ଆକ୍ଟ ୧୯୮୮ ଏବଂ ଓଏମ୍ଭି ରୁଲ ୧୭୩ ଅନୁସାରେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏନ୍ଏଚ ୧୪୯ ତାଳଚେର ରୁ ବଅଁରପାଳ ପର୍ଯ୍ୟନ୍ତ ରାସ୍ତାରେ ଭାରିଯାନ ଚଳାଚଳରେ କଟକଣା ଜାରି କରିଛନ୍ତି। ସକାଳ ୮ଟା ରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ନ ୪ରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଏହି ରାସ୍ତାରେ ଭରିଯାନ ଚଳାଚଳକୁ ବନ୍ଦ ରଖା ଯାଇଛି। ତେବେ ବଅଁରପାଳ ରୁ ତାଳଚେର ଆସୁଥିବା ଗାଡ଼ି ଗୁଡ଼ିକ ଏଫସିଆଇ ଛକ,ବଳରାମପ୍ରସାଦ, ଟେନ୍ତୁଲୋଇ,ହାଣ୍ଡିଧୁଆ,ବାଘୁଆବୋଲ,
ଦେଇ ପବିତ୍ର ମୋହନ ଛକରେ ବାହାରି ପାରିବ। ଏହି ରାସ୍ତାରେ ଗାଡ଼ିର ବେଗ ସର୍ବାଧିକ ଘଣ୍ଟା ପ୍ରତି ୨୦ କିମି ରହିବ ।ଜିଲ୍ଲାପାଳଙ୍କ ଏହି ନିର୍ଦ୍ଦେଶ ନାମା ଆସନ୍ତା ୩୦ ଦିନ ପାଇଁ ବଳବତ୍ତର ରହିବ ।
ଏନ୍ଏଚ ୧୪୯ : ଭାରି ଯାନ ଚଳାଚଳରେ କଟକଣା
