ଅନୁଗୁଳ: ଆଜି ଠାରୁ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି ରାଜ୍ୟ ସରକାର। ଅନୁଗୁଳ ଜିଲ୍ଲାର ୫୦ଟି ସ୍ଥାନରେ ଏହି ନାଇଟ୍ କର୍ଫ୍ୟୁକୁ କଡାକଡ଼ି ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅନୁଗୁଳ ପୌରାଞ୍ଚଳ ସହିତ ସହିତ ସହର ଉପକଣ୍ଠ ତୁରଙ୍ଗ ପଞ୍ଚାୟତ, ସୁସୁଡା ପଞ୍ଚାୟତ, ଖଲାରୀ, ଜରାସିଂହା, କୁମଣ୍ଡ, ଛେଳିଆପଡ଼ା ଛକ, ନୂଆମୌଜା ଛକ, କୁମୁରିସିଂହା ଛକ, ବନ୍ତଳା ଛକ ଓ ବଡ଼କେରା ଛକରେ ନାଇଟ୍ଫ୍ୟୁ କଡାକଡ଼ି କରାଯିବ। ସେହିପରି ବଅଁରପାଳର ବଅଁରପାଳ ଟାଉନ୍, ନାଲକୋ ଟାଉନ୍, ମହୀଧରପୁର ଛକ, ଜରପଡ଼ା ଜଙ୍କସନ୍, ହିନ୍ଦୋଳ-କଟକ ସୀମାନ୍ତର ଚେକ୍ ପଏଣ୍ଟ, ବଅଁରପାଳ– ଢେଙ୍କାନାଳ ସୀମାନ୍ତ ଚେକ୍ ପଏଣ୍ଟ ଓ ମହୀଧରପୁର-ଢେଙ୍କାନଳ ଚେକ୍ ପଏଣ୍ଟ ସହିତ ଛଣ୍ଡିପଦା ବ୍ଳକର ଛେଣ୍ଡିପଦା ଟାଉନ୍, ନୂଆପଡ଼ା ଛକ, ଛେଣ୍ଡିପଦା-ଦେବଗଡ଼ ସୀମାନ୍ତ ଚେକ୍ ପଏଣ୍ଟ, ପାତ୍ରପଡ଼ା, ରେଢ଼ାଖୋଲ ସୀମାନ୍ତ ଚେକ୍ ପଏଣ୍ଟ ଆଦିରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ତାଳଚେର ପୌରାଞ୍ଚଳ ସହିତ ଏଫ୍ସିଆଇ ଛକ, ତାଳଚେର-ସରାଙ୍ଗ, ତାଳଚେର ରୋଡ୍, କଣିହାଁ-ଦେବଗଡ଼ ସୀମାନ୍ତ ଚେକ୍ ପଏଣ୍ଟ, ଟିଟିପିଏସ୍ ଥର୍ମାଲ୍ ବଜାର ଓ ହାଟ, କଣିହାଁ ସହରାଞ୍ଚଳ, ବହୁର ଛକ, ହାଟତୋଟା ଛକ, ଶର୍ମା ଛକ, ହାଣ୍ଡିଧୂଆ ଛକ, ଏନ୍ଟିପିସି ବାଇପାସ୍ ଛକ, ରେଙ୍ଗାଳି ମାର୍କେଟ୍ ଓ ସାମଲ ମାର୍କେଟ୍ରେ ନାଇଟ୍ କର୍ଫ୍ୟୁକୁ କଡାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଠମଲ୍ଲିକ ଏନ୍ଏସି, ବାମୁର ସମ୍ବଲପୁର ସୀମାନ୍ତ ଚେକ୍ ପଏଣ୍ଟ, ଆଠମଲ୍ଲିକ-ବୌଦ୍ଧ ସୀମାନ୍ତ ଚେକ୍ ପଏଣ୍ଟ, ବଇଣ୍ଡା ଜଙ୍କସନ୍, ବଇଣ୍ଡା ଜଙ୍କସନ୍, କିଶୋରନଗର, ମାଧପୁର ଜଙ୍କସନ୍, କିଆକଟା ଜଙ୍କସନ୍, ଠାକୁରଗଡ଼ ବଜାର, ପାଳଲହଡ଼ା ଟାଉନ୍, ସଇଡା, ଖୁଲୁଡି, ଖମାର ଓ କଣ୍ଢେଇପଶିରେ ନାଇଟ୍କର୍ଫ୍ୟୁକୁ କଡାକଡ଼ି ସହ ଯାଞ୍ଚକୁ ଜୋରଦାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । କଟକଣା ଉଲଂଘନକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସମେତ ସମସ୍ତ ଉପଜିଲ୍ଲାପାଳ, ସମସ୍ତ ବିଡିଓ, ସମସ୍ତ ତହସିଲ୍ଦାର, ସମସ୍ତ ପୌରାଞ୍ଚଳର ପୌର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।
ଆଜି ଠାରୁ ନାଇଟ୍ କର୍ଫ୍ୟୁ, ସହର ଉପକଣ୍ଠରେ ମଧ୍ଯ ଜୋରଦାର ଯାଞ୍ଚ
- Post published:January 7, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
