ଅନୁଗୁଳ: କଣିହାଁ ଓପନ୍ କାଷ୍ଟରେ ସ୍ଥାନୀୟ ପିଲାମାନଙ୍କୁ ନିଯୁକ୍ତି ଦାବିରେ ସୋମବାର ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଏ ନେଇ କିଛି ଦିନ ତଳେ କଣିହାଁ ପୋଲିସ ଷ୍ଟେସନ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ପିଲାଙ୍କୁ ଚାକିରି ମିଳିନାହିଁ। ତେବେ ଏହି ନିଯୁକ୍ତି ପାଇଁ କଣିହାଁ ଓପନ୍ କାଷ୍ଟରେ ଜାତିଭେଦ ଦେଖା ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି। ଏହାକୁ ବିରୋଧ କରି ଆଜି NSUI ଓଡ଼ିଶାର ଉପ ସଭାପତି ଶୁଭଶ୍ରୀ ଶାନ୍ତିଲତା ବେହେରା, ତାଳଚେର NSUI ର ସଭାପତି ସୁକାନ୍ତ କୁମାର ବେହେରାଙ୍କ ସମେତ ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳଙ୍କୁ ସାକ୍ଷାତ କରି ପିଲାଙ୍କୁ ନିଯୁକ୍ତି ଦେବାକୁ ଦାବି କରିଛନ୍ତି।
କଣିହାଁ ଓପନ୍ କାଷ୍ଟରେ ନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କୁ ଦାବି
- Post published:April 11, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul