ଅନୁଗୁଳ: ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅବଦାଲ୍ ମହମ୍ମଦ ଅଖତାରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଷ୍ଟିଅରିଂ କମିଟି ଓ ଜିଲ୍ଲା ପ୍ରକଳ୍ପ ପରିଚାଳନା ୟୁନିଟ (ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ) ସଭା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।
ଡିଆଇଇଟି ଅଧ୍ୟକ୍ଷ ବିକ୍ରମ କୁମାର ସାହୁ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମର ପ୍ରଗତି ଓ ଆଗାମୀ ତ୍ରୈମାସିକ ଯୋଜନା ଉପସ୍ଥାପନ କରିଥିବା ବେଳେ ଜିଲ୍ଲାପାଳ ଏହାକୁ ଅନୁମୋଦନ କରିଥିଲେ। ପେଡାଗୋଜି କୋଅର୍ଡିନେଟର ମନୋରଞ୍ଜନ ସାହୁ ରାଜ୍ୟ ସରକାରଙ୍କ ଯୋଜନା ଓ କାର୍ଯ୍ୟାନ୍ଵୟନ ବିଷୟରେ ଆଲୋଚନା କରିଥିଲେ। ଶିଶୁ ବାଟିକା ଓ ଜିଲ୍ଲା ନିପୁଣ ସେଲ୍ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ସଭାରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିରୁପମା ପାଣି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜୟଜିତ୍ ଧଳ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।


