ବନ୍ତଳା: ଅନୁଗୁଳ ଜିଲ୍ଲା ବନ୍ତଳା ଅଞ୍ଚଳର ପ୍ରାୟ ୨୦୦ରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ ନେଇ ବାରଗୌଣିଆ ମା’ ପାଣ୍ଡୁରିଶୁଣି ପୀଠ ନିକଟରେ ବୁଧବାର ଏକ ବୈଠକ ଅନୁଷ୍ଠିତ ହୋଇଛି। ୨୫ଟି ଗାଁର ଶ୍ରମିକମାନେ ଏଥିରେ ଯୋଗ ଦେଇ ପାରିଶ୍ରମିକ ବୃଦ୍ଧି ଓ ନିର୍ମାଣ କାର୍ଯ୍ୟରେ ସୁରକ୍ଷା ଆଦି ସମସ୍ୟା ନେଇ ଆଲୋଚନା କରିଥିଲେ।
ବୈଠକରେ “ଅନୁଗୁଳ ଶ୍ରମିକ ସଂଗଠନ ବନ୍ତଳା” ନାମରେ ଏକ ସଂଗଠନ ଗଠନ ପାଇଁ ସର୍ବସମ୍ମତି ହୋଇଛି। ଅଭିମନ୍ୟୁ ଦେହୁରୀ ସଭାପତି, ଜୟକୃଷ୍ଣ ମୁଦୁଲି ଉପସଭାପତି, ଅଶୋକ ସାହୁ ସମ୍ପାଦକ ଓ ଇଶ୍ଵର ଦେହୁରୀ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ସଂଗଠନ ଶ୍ରମିକଙ୍କ ଉନ୍ନତି ଓ ସୁଖ-ଦୁଃଖରେ ସହଯୋଗ କରିବ ବୋଲି ନିଷ୍ପତ୍ତି ହୋଇଛି। ସଭା ହରିବୋଲ ଧ୍ୱନି ସହ ସମାପନ ହୋଇଥିଲା।


