ଅନୁଗୁଳ: ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ ଅଞ୍ଚଳରେ ଆଜି ଏକ ଦନ୍ତା ହାତୀ ମହୁଲ ପୋଚ ଖାଇ ନିଶାରେ ଶୋଇଥିବା ଦେଖାଯାଇଛି। ପୋକତୁଙ୍ଗା ଦେହୁରୀ ନାଳ ନିକଟରେ ଥିବା ଗଡ଼ିଆରେ ହାତୀଟି ଶୋଇଥିବାର ଦେଖି ସ୍ଥାନୀୟ ଲୋକମାନେ ବନ ବିଭାଗକୁ ଜଣାଇଥିଲେ। ବନ ବିଭାଗ ପହଞ୍ଚିବା ପରେ ଦନ୍ତା ହାତୀଟି ମହୁଲ ପୋଚ ଖାଇ ନିଶାଗ୍ରସ୍ତ ଥିବା ଜଣାପଡିଥିଲା।
ସୂଚନା ମୁତାବକ, ପୋକତୁଙ୍ଗା ଓ ଶଙ୍ଖପୁର ସୀମାବର୍ତ୍ତୀ ଅଞ୍ଚଳରେ ମହୁଲିରୁ ଦେଶୀ ମଦ ପ୍ରସ୍ତୁତ କରାଯାଉଛି। ସେହି ମହୁଲ ଜରି ବସ୍ତା ସ୍ଥାନୀୟ ନାଳରେ ପାଚିବା ପାଇଁ ପୋତି ଦିଆଯାଇଥାଏ। ହାତୀ ସେହି ନାଳକୁ ପାଣି ପିଇବାକୁ ଆସିଥିବା ବେଳେ ମହୁଲ ପୋଚ ଖାଇ ଥାଇପାରେ ବୋଲି ବନ ବିଭାଗ ଅନୁମାନ କରୁଛି। ତବେ ବନ ବିଭାଗ ହାତୀ ଉପରେ ନଜର ରଖିଛି ବୋଲି କହିଛି।
1
f600b249-5c54-442c-a949-d6bc81000fab