ବିକଟାଳ ଶବ୍ଦ ଛାଡୁଥିବା ବାଇକକୁ ଆଉ ରକ୍ଷା ନାହିଁ: ଅନୁଗୁଳ ପୋଲିସ୍‌ର ଧରପଗଡ଼, ୫ ବାଇକ୍ ଜବତ

You are currently viewing ବିକଟାଳ ଶବ୍ଦ ଛାଡୁଥିବା ବାଇକକୁ ଆଉ ରକ୍ଷା ନାହିଁ: ଅନୁଗୁଳ ପୋଲିସ୍‌ର ଧରପଗଡ଼, ୫ ବାଇକ୍ ଜବତ

ଅନୁଗୁଳ: ବିକଟାଳ ଶବ୍ଦ ଛାଡୁଥିବା ବାଇକକୁ ଆଉ ରକ୍ଷା ନାହିଁ। ଏଣିକି ଅନୁଗୁଳରେ କାନ ଫଟାଇ ଦେଉଥିବା ଗର୍ଜନ କରି ବାଇକ ଚଳାଇଲେ ସିଧା ଉଠାଇ ନେଉଛି ପୋଲିସ। ଅନୁଗୁଳ ସହରରେ ଧରପଗଡ଼ ଆରମ୍ଭ କରିଛି ପୋଲିସ୍‌। ମଙ୍ଗଳବାର ଟାଉନ୍ ଥାନା ପୋଲିସ୍ ଯାଞ୍ଚ ବେଳେ ବିକଟାଳ ଶବ୍ଦ ଛାଡୁଥିବା ୫ ବାଇକ୍ ଜବତ କରାଯାଇଛି। ୫ଟା ଯାକ ବାଇକ୍‌କୁ ଥାନାକୁ ଉଠାଇ ଆଣିଥିବା ବେଳେ ବାଇକ୍ ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍ ପକ୍ଷରୁ କୁହାଯାଇଛି।

ପୋଲିସ ସୂଚନା ମୁତାବକ, ଏହି ବାଇକ ମାଲିକମାନେ କମ୍ପାନି ଦେଇଥିବା ସାଇଲେନ୍ସର ପାଇପ୍ ବଦଳାଇ ନିଜ ଢଙ୍ଗରେ ବିକଟାଳ ଶବ୍ଦ ଉତ୍ପନ୍ନକାରୀ ପାଇପ୍ ଖଞ୍ଜିଥିଲେ । କିଏ ପାଇପ୍‌କୁ ଅତିରିକ୍ତ ଲମ୍ବାଇଥିଲା ତ ଆଉ କିଏ ନୂଆ ପାଇପ୍ ଲଗାଇଥିବା ଦେଖିଥିବା ମିଳିଛି। ଅନୁଗୁଳ ସହରରେ ବିକଟାଳ ଶବ୍ଦ ଛାଡୁଥିବା ବାଇକ୍ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିଚାଲିଛି। ବଜାର ରାସ୍ତାରେ ବିକଟାଳ ଶବ୍ଦ କରି କେବଳ ବାଇକ୍ ଚଳାଉ ନଥିଲେ, ମଝିରେ ମଝିରେ ବାଣ ଫୁଟିଲା ଭଳି ଶବ୍ଦ କରୁଥିଲେ। ଫଳରେ ସାଧାରଣ ଲୋକ ହଇରାଣ ହରକତ ହେଉଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ୍ ଧରପଗଡ଼ ଆରମ୍ଭ କରିଛି। ଆଜି ମଧ୍ଯ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ଏବଂ ଆଗକୁ ଏହା ଜାରି ରହିବ ବୋଲି ପୋଲିସ୍‌ ସୂଚନା ଦେଇଛି।

Share

Leave a Reply