ଡିସ୍ ଟିଭି ଆରମ୍ଭ କଲା ‘ଡିସ୍ ଟିଭି ସ୍ମାର୍ଟପ୍ଲସ୍’: ଏବେ ଅତିରିକ୍ତ ଖର୍ଚ୍ଚ ନ କରି ଦେଖିପାରିବେ ଓଟିଟି

You are currently viewing ଡିସ୍ ଟିଭି ଆରମ୍ଭ କଲା ‘ଡିସ୍ ଟିଭି ସ୍ମାର୍ଟପ୍ଲସ୍’: ଏବେ ଅତିରିକ୍ତ ଖର୍ଚ୍ଚ ନ କରି ଦେଖିପାରିବେ ଓଟିଟି

ନୂଆଦିଲ୍ଲୀ: ଡାଇରେକ୍ଟ-ଟୁ-ହୋମ୍ (ଡିଟିଏଚ୍) ଅପରେଟର ଡିସ୍ ଟିଭି ପକ୍ଷରୁ ଭାରତରେ ଆରମ୍ଭ ହୋଇଛି ‘ଡିସ୍ ଟିଭି ସ୍ମାର୍ଟପ୍ଲସ୍’। ଗ୍ରାହକମାନେ ଏଥିରେ ଅତିରିକ୍ତ ଖର୍ଚ୍ଚ ନ କରି ଟିଭି ଏବଂ ଓଟିଟି ବିଷୟବସ୍ତୁ ‘ଯେକୌଣସି ସ୍ଥାନରେ’ ଆକସେସ୍ କରିପାରିବେ। ଡିଟିଏସ ଶିଳ୍ପରେ ପ୍ରଥମ ଥର ପାଇଁ ଏହି ସେବା ଆରମ୍ଭ କରାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଏଥିରେ କେତେକ ଉନ୍ନତ ମନୋରଞ୍ଜନ ବିକଳ୍ପ ରହିବ, ଯାହା ଦ୍ୱାରା ଗ୍ରାହକମାନେ ବିଷୟବସ୍ତୁ ଦେଖିବାର ଏକ ନୂତନ ଏବଂ ଅନନ୍ୟ ଅନୁଭୂତି ପାଇପାରିବେ। ‘ଡିସ୍ ଟିଭି ସ୍ମାର୍ଟପ୍ଲସ୍’ ଦ୍ୱାରା ସମସ୍ତ ଡିସ୍ ଟିଭି ଏବଂ ଡି୨ଏଚ୍ ଗ୍ରାହକ, ଯେଉଁଥିରେ ଏହାର ବର୍ତ୍ତମାନର ଗ୍ରାହକମାନେ ମଧ୍ୟ ସାମିଲ ଅଛନ୍ତି, ସେମାନେ ସେମାନଙ୍କ ଟେଲିଭିଜନ ଚ୍ୟାନେଲ୍ ସବସ୍କ୍ରିପସନ ପ୍ୟାକ୍ ଏବଂ ଓଟିଟି ଆପ ଦେଖିପାରିବେ ।

‘ଡିସ୍ ଟିଭି ସ୍ମାର୍ଟପ୍ଲସ୍’ ସେବା ମାଧ୍ୟମରେ ନୂତନ ତଥା ବର୍ତ୍ତମାନର ଗ୍ରାହକଙ୍କ ସମେତ ସମସ୍ତ ଡିସ୍ ଟିଭି ଏବଂ ଡି୨ଏଚ୍ ଗ୍ରାହକମାନେ ସେମାନଙ୍କ ମନୋନୀତ ଟିଭି ସବସ୍କ୍ରିପସନ ପ୍ୟାକ୍ ସହିତ ଲୋକପ୍ରିୟ ଓଟିଟି ଆପ୍ ଉପଭୋଗ କରିପାରିବେ। ‘ଡିସ୍ ଟିଭି ସ୍ମାର୍ଟପ୍ଲସ୍’ ସେବା ଇକୋସିଷ୍ଟମ୍ ଯେକୌଣସି ସ୍କ୍ରିନରେ, ଯେକୌଣସି ସ୍ଥାନରେ, ଯେକୌଣସି ସମୟରେ, ଓଟିଟି ସୁପର ଆପ୍, ସେଟ୍ ଟପ୍ ବକ୍ସ ସମେତ ସ୍ମାର୍ଟ ଡିଭାଇସ୍ ଏବଂ ସ୍ମାର୍ଟ ଆଣ୍ଡ୍ରଏଡ୍ ଏସଟିବି ମାଧ୍ୟମରେ ମନୋରଞ୍ଜନ ଯୋଗାଇବ ବୋଲି କମ୍ପାନୀ କହିଛି ।

Share

Leave a Reply