ନାଲକୋ ଅବସରପ୍ରାପ୍ତ କର୍ମଚାରୀ ଓ୍ବେଲଫାୟାର ଆସୋସିଏସନର ବାର୍ଷିକ ଉତ୍ସବ

You are currently viewing ନାଲକୋ ଅବସରପ୍ରାପ୍ତ କର୍ମଚାରୀ ଓ୍ବେଲଫାୟାର ଆସୋସିଏସନର ବାର୍ଷିକ ଉତ୍ସବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଅବସରପ୍ରାପ୍ତ କର୍ମଚାରୀ ଓ୍ବେଲଫାୟାର ଆସୋସିଏସନର ପ୍ରଥମ ବାର୍ଷିକ ଉତ୍ସବ ନାଲକୋ ନେସ କର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ନେସର ସଭାପତି ନିର୍ମଳ ସାମଲ ଓ ସମ୍ପାଦକ ରଞ୍ଜିତ ସାହୁ ସଂଘର କର୍ମକର୍ତ୍ତା ମାନଙ୍କୁ ସ୍ଵାଗତ କରିଥିଲେ। ହରାଇଥିବା ନିଜ ସାଥୀଙ୍କ ପାଇଁ ଦୁଇମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ସଭାପତି ଗୋକୁଳାନନ୍ଦ ଜେନା ସ୍ବାଗତ ଭାସଣ ପ୍ରଦାନ କରିଥିଲେ। ଉପଦେଷ୍ଟା ବିରେନ୍ଦ୍ର ପ୍ରତାପ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସଂଘର ସଧାରଣ ସମ୍ପାଦକ ମାଙ୍ଗିଲାଲ ସାମଲ ବାର୍ଷିକ ବିବରଣୀ ପାଠ କରିଥିଲେ। କୋଷାଧ୍ୟକ ଶ୍ରୀପତି ପ୍ରଧାନ ସଂଘର ଆୟବ୍ୟୟ ଉପସ୍ଥାପନ କରିଥିଲେ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୂତନ କର୍ମକର୍ତ୍ତା ଭାବେ ଉପସଭାପତି ପରେଶ ଜେନା  ଓ ସମ୍ପାଦକ ବିନୋଦ ସାମଲଙ୍କୁ ମନୋନୀତ କରାଯାଇଥିଲା। ସଂଘର ବରିଷ୍ଠ ନେତା ବିନୋଦ ଶେଠ୍, ଦିଲୀପ ମିଶ୍ର, ରମେଶ ବେହେରା ପ୍ରମୁଖ ଯୋଗ ଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିନୋଦ ପ୍ରଧାନ, ମିଲୁ ଧିର, ଦିଲ୍ଲୀପ ସାମନ୍ତ, ଅକ୍ରୁର ପ୍ରଧାନ, ବିଜନ ଦଳବେହେରା, ସନାତନ କରଣ ପ୍ରମୁଖ ସହଯୋଗ ଦେଇଥିଲେ। ଶେଷରେ ରମେଶ ଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Share

Leave a Reply