ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ବାଇକ ଚାଳକ ଏନଟିପିସି ଶ୍ରମିକଙ୍କ ମୃତ୍ୟୁ

You are currently viewing ରାସ୍ତାରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଇ ବାଇକ ଚାଳକ ଏନଟିପିସି ଶ୍ରମିକଙ୍କ ମୃତ୍ୟୁ

କଣିହାଁ : ଅନୁଗୁଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ଗୋଡ଼ିବନ୍ଧ ପେଟ୍ରୋଲ ପମ୍ପ ପାଖରେ ରବିବାର ରାତିରେ ଏକ ଦୁର୍ଘଟଣାରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଏନଟିପିସି ଟାଉନ ଥାନା ବାରଡାଙ୍ଗୁଆ ଗ୍ରାମର ଜିତେନ୍ଦ୍ର ପ୍ରଧାନ(୩୮) ବୋଲି ଜଣାପଡିଛି। ସେ ବାଇକ ଯୋଗେ ପରିବାର ଲୋକଙ୍କୁ ଧରି ସମ୍ପର୍କୀୟ ଘରେ ଛାଡ଼ି ଫେରିବା ବେଳେ ଏକ ଟ୍ରକ ସହିତ ଧକ୍କା ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଳଚେର ଉପଖଣ୍ଡକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ପରିବାର ଲୋକ ତାଳଚେର ଉପଖଣ୍ଡ ମେଡିକାଲରେ ପହଞ୍ଚିବା ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି।

ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ, ଜିତେନ୍ଦ୍ର ଭାରସାମ୍ୟ ହରାଇ ରାସ୍ତା କଡରେ ପାର୍କିଂ କରିଥିବା ଏକ ଟ୍ରକରେ ଧକ୍କା ହୋଇଯାଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଚାଲିଯାଇଥିଲା। ଜିତେନ୍ଦ୍ର ଏନଟିପିସି ସିଆଣ୍ଡାଇ ବିଭାଗରେ ମେଣ୍ଟେନାନ୍ସ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ଜଣାଯାଇଛି।

Share

Leave a Reply