ଅନୁଗୁଳ: ଅନୁଗୁଳସ୍ଥିତ ସାଇଶ୍ରଦ୍ଧା କଲେଜ ଅଫ ନର୍ସିଂର ମାଲିକଙ୍କୁ ଛେଣ୍ଡିପଦା ପୋଲିସ ଗିରଫ କରିଛି। ସୂଚନା ଅନୁସାରେ ଉକ୍ତ କଲେଜରେ ପାଠ ପଢ଼ୁଥିବା ତିନି ଜଣ ଛାତ୍ରୀଙ୍କୁ ଫେକ ଆଡ଼ମିଟ କାର୍ଡ ଦେଇ ଥିବାରୁ ସେମାନେ ଚଳିତବର୍ଷ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ। ଫଳରେ ସେମାନେ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିବା ସହ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ। ସେମାନେ ଦ୍ଵିତୀୟ ଥର ଧାରଣା ଦେବା ବେଳେ ଆତ୍ମାହୂତି ଦେବାକୁ ମଧ୍ୟ ଉଦ୍ୟମ କରିଥିଲେ। ଏହି ମାମଲାରେ ସାଇ ଶ୍ରଦ୍ଧା କଲେଜ ଅଫ ନର୍ସିଂର ମାଲିକ କୈଳାଶ ଚନ୍ଦ୍ର ଜେନାଙ୍କୁ ପୋଲିସ ଆଇପିସି ଦଫା ୪୨୦, ୪୬୮, ୪୭୧ ଓ ୩୪ରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
ନକଲି ଆଡ଼ମିଟ ପାଇଁ ଛାତ୍ରୀ ପରୀକ୍ଷାରୁ ବଞ୍ଚିତ ମାମଲା, ବନ୍ଧା ହେଲେ ନର୍ସିଂ କଲେଜ ମାଲିକ
- Post published:April 7, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Sanjeeb Biswal

Tags: Angul