ଅନୁଗୁଳ: ଅକ୍ଟୋବର ୩୦ ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ପାଳିତ ହେଉଛି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ। ଏ ଅବସରରେ ଆଜି ସକାଳେ ଛାତ୍ରଛାତ୍ରୀଙ୍କୁ ନେଇ ଏକ ରାଲି ଓ ସଚେତନତା ରଥକୁ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ରାଲି ଜିଲ୍ଲା କାର୍ଯ୍ୟାଳୟରୁ ବାହାରି ସହର ପରିକ୍ରମା କରିଥିଲା। ରାଲିରେ ପି.ଟି.ସି ନୋଡାଲ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଟାଉନ୍ ଉଚ୍ଚ ବିଦ୍ୟାଳୟ ଓ ଏନ୍ ଏ ସି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ଦୁର୍ନୀତି ବିରୋଧୀ ବିଭିନ୍ନ ପ୍ଲା-କାର୍ଡ ପ୍ରଦର୍ଶନ ସହ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଲୋକଙ୍କୁ ସଚେତନ କରାଇଥିଲେ। ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ୍ ସଦର ମହକୁମାରେ ପରିକ୍ରମା କରି ଦୁର୍ନୀତି ବିରୋଧୀ ସ୍ଲୋଗାନ ଦ୍ବାରା ଜନସଚେତନତା କରାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଉପ ଆରକ୍ଷୀ ଅଧୀକ୍ଷକ(ଭିଜିଲାନ୍ସ) ପ୍ରଦୀପ କୁମାର ସାମଲ, ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ଅମ୍ବୁଜ କୁମାର ଗଡନାୟକଙ୍କ ସମେତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ।