ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦଯାପିତ: ଓଡିଆ ସାହିତ୍ୟରେ ଜଗନ୍ନାଥ ସଂସ୍କୃତିର ପ୍ରଭାବ ଉପରେ ବକ୍ତବ୍ୟ ରଖିଲେ ଛାତ୍ରଛାତ୍ରୀ

You are currently viewing ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦଯାପିତ: ଓଡିଆ ସାହିତ୍ୟରେ ଜଗନ୍ନାଥ ସଂସ୍କୃତିର ପ୍ରଭାବ ଉପରେ ବକ୍ତବ୍ୟ ରଖିଲେ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କୁମଣ୍ଡ ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଓଡ଼ିଆ ଭାଷା ସାହିତ୍ୟ ପ୍ରତିଯୋଗିତା ଉଦଯାପିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ହିଙ୍ଗୁଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ବସୁଧା ଜଳ ଯୋଗାଣ ବିଭାଗର ଉପଦେଷ୍ଟା ତଥା ଅନୁଗୁଳ ଜିଲ୍ଲା ଯୁବ ବିଜେଡିର ସଭାପତି ଦୀନେଶ ପ୍ରଧାନ, ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ କୁମାର ସିହ୍ନା ଯୋଗଦେଇଥିଲେ।
ମୁଖ୍ୟ ଅତିଥି ଓଡିଆ ସାହିତ୍ୟରେ ଜଗନ୍ନାଥ ସଂସ୍କୃତିର ପ୍ରଭାବ ଉପରେ ଅତି ସୁନ୍ଦର ବକ୍ତବ୍ୟ ରଖିଥିଲେ। ଏ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଆର୍ଥିକ ରାଶି ସହିତ ମାନପତ୍ର ପ୍ରଦାନ କରାଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ରଶ୍ମିରେଖା ଲେଙ୍କା, ଦମୟନ୍ତୀ ଷଡ଼ଙ୍ଗୀ, ଅଧ୍ୟାପକ ଲକ୍ଷ୍ମୀଧର ବେହେରା, ପ୍ରଦୀପ କୁମାର ନନ୍ଦ, କ୍ରୀଡ଼ା ଶିକ୍ଷକ ହୃଷୀକେଶ ସାହୁ, ଗ୍ରନ୍ଥାଧିକାରୀ କବି ଚରଣ ସାହୁ, ମନୋଜ କୁମାର ସାହୁ, ପଳଉ ସାହୁ, ବିଚିତ୍ରାନନ୍ଦ ସାହୁ, ଜନ୍ମେଜୟ ସାହୁ, ଅଭୟ କୁମାର ସ୍ୱାଇଁ, ଜନକ ସାହୁ, ନରେଶ ଚନ୍ଦ୍ର ସାମଲ ପ୍ରମୁଖ ସହଯୋଗ କରିଥିଲେ।

Share

Leave a Reply