ଆରପିଏସସି ଅଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ଆଇପିଏସ ଉତ୍କଳ ରଞ୍ଜନ ସାହୁ

You are currently viewing ଆରପିଏସସି ଅଧ୍ୟକ୍ଷ ହେଲେ ଓଡ଼ିଆ ପୁଅ ଆଇପିଏସ ଉତ୍କଳ ରଞ୍ଜନ ସାହୁ

ଅନୁଗୁଳ: ଓଡ଼ିଆ ପୁଅ ଉତ୍କଳ ରଞ୍ଜନ ସାହୁଙ୍କୁ ମିଳିଲା ବଡ଼ ଦାୟିତ୍ବ। ୧୯୮୮ ବ୍ୟାଚ୍‌ର ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ଶ୍ରୀ ସାହୁଙ୍କୁ ରାଜସ୍ଥାନ ସରକାର ରାଜ୍ୟର ଲୋକ ସେବା ଆୟୋଗର ନୂଆ ଅଧ୍ୟକ୍ଷ ପଦବିରେ ନିଯୁକ୍ତି ଦେଇଛନ୍ତି। ରାଜସ୍ଥାନ ରାଜ୍ୟପାଳ ହରିଭାଉ ବାଗାଡେ ମଙ୍ଗଳବାର ସକାଳେ ପୁଲିସ ମହାନିର୍ଦ୍ଦେଶକ ଉତ୍କଳ ରଞ୍ଜନ ସାହୁଙ୍କୁ ରାଜସ୍ଥାନ ଲୋକସେବା ଆୟୋଗ (ଆରପିଏସସି)ର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରିଛନ୍ତି। ନୂଆ ଦାୟିତ୍ବ ନେଇ ବିଜ୍ଞପ୍ତି ଜାରି କଲେ ରାଜସ୍ଥାନ ସରକାର । ଆସନ୍ତା ବର୍ଷ ଜୁନ ମାସ ପର୍ଯ୍ୟନ୍ତ ଆରପିଏସସି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ। ରାଜସ୍ଥାନର ଡିଜିପି ଭାବେ କାର୍ଯ୍ୟ କରୁଥିଲେ ଶ୍ରୀ ସାହୁ ।

ସୂଚନା ଯେ, ଆଇପିଏସ ଉତ୍କଳ ରଞ୍ଜନ ସାହୁ ୧୯୮୮ ବ୍ୟାଚର ଆଇପିଏସ୍ ଅଧିକାରୀ। ସେ  ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ କୋଶଳା ଗ୍ରାମର ଅଟନ୍ତି । ସେ ୧୮ ନଭେମ୍ବର ୧୯୯୧ରେ ଯୋଧପୁର ଏଏସ୍‌ପି ଭାବରେ ତାଙ୍କର ପୁଲିସ ସେବା ଆରମ୍ଭ କରିଥିଲେ। ଏହା ପରେ, ସେ ସିକର, ହନୁମାନଗଡ଼, ବାରମେର, ବାଂସୱାଡ଼ା, ଶ୍ରୀଗଙ୍ଗାନଗର, ଭିଲୱାରା, ଧୋଲପୁର ଏବଂ ଯୋଧପୁର ଜିଲ୍ଲାରେ ଏସପି ପଦବୀରେ ମଧ୍ୟ କାର୍ଯ୍ୟ କରିଛନ୍ତି।

Share

Leave a Reply