ଅନୁଗୁଳ ପୌରପାଳିକାରେ ଓଡ଼ିଆ ପକ୍ଷ

You are currently viewing ଅନୁଗୁଳ ପୌରପାଳିକାରେ ଓଡ଼ିଆ ପକ୍ଷ

ଅନୁଗୁଳ: ରାଜ୍ୟ ସରକାର ଗତ ଏପ୍ରିଲ ପହିଲାରୁ ଏପ୍ରିଲ ୧୪ ତାରିଖ ଯାଏ ଓଡ଼ିଆ ପକ୍ଷ ପାଳିବାକୁ ନିର୍ଦେଶ ଦେଇଛନ୍ତି। ଓଡ଼ିଆର ଅସ୍ମିତା, କଳା, ସଂସ୍କୃତି, ବେଶ ଭୁଷା, ଭାଷା, ସଂଗୀତ,ନୃତ୍ୟ, ସ୍ଥାପତ୍ୟ ଆଦିର ପ୍ରଚାର ପ୍ରସାର ପାଇଁ ଏହି ଓଡ଼ିଆ ପକ୍ଷ ପାଳିବାକୁ ନିର୍ଦେଶ ଦେଇଛନ୍ତି। ଏ ପରିପ୍ରେକ୍ଷୀରେ ଅନୁଗୁଳ ପୌରପାଳିକାର କର୍ମଚାରୀମାନେ ଆଜି ସମ୍ବଲପୁରୀ ଏବଂ ଖଦି ଗଣବେଶରେ କାର୍ଯ୍ୟାଳୟକୁ ଆସିଥିଲେ। ଆମ ପୋଷାକ ଆମର ପରିଚୟ ଦୃଷ୍ଟି କୋଣରୁ ପୌର କର୍ମଚାରୀଙ୍କ ଏହି ସାଧୁ ଉଦ୍ୟମକୁ ସାଧାରଣରେ ବେଶ ପ୍ରଶଂସା କରାଯାଇଛି।

Share

Leave a Reply