କାରଗିଲ ଯୁଦ୍ଧରେ ସହିଦ ଓଡ଼ିଆ

You are currently viewing କାରଗିଲ ଯୁଦ୍ଧରେ ସହିଦ ଓଡ଼ିଆ

ଅନୁଗୁଳ: ଆସନ୍ତା କାଲି ସମଗ୍ର ଦେଶରେ ପାଳିତ ହେବ କାରଗିଲ ବିଜୟ ଦିବସର ରଜତ ଜୟନ୍ତୀ ସମାରୋହ। ଦ୍ରାସ୍ ସେକ୍ଟର ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ପ୍ରଧାନମନ୍ତ୍ରୀ ମୋଦି ଏବଂ ସେନା ପ୍ରମୁଖ। ଏହି ଯୁଦ୍ଧରେ ଓଡ଼ିଶାର ଅନେକ ଯବାନ ସହିଦ ହୋଇଥିଲେ। ତନ୍ମଧ୍ୟରେ ଥିଲେ ମେଜର ପଦ୍ମପାଣି ଆଚାର୍ଯ୍ୟ । ୨ ରାଜପୂତାନା ରାଇଫଲସ୍‌ର ଏହି ଯୋଦ୍ଧା ଅପୂର୍ବ ବୀରତ୍ଵ ପ୍ରଦର୍ଶନ କରି ତୁଲୁଲିଂରେ ସହିଦ ହୋଇଯାଇଥିଲେ। ତାଙ୍କର ଏହି ଅସାମାନ୍ୟ ତ୍ୟାଗ ପାଇଁ ତାଙ୍କୁ ମରଣଉପରାନ୍ତ ମହାବୀର ଚକ୍ର ପ୍ରଦାନ କରାଯାଇଥିଲା।

ସେହିଭଳି କଟକର ସର୍ଜେଣ୍ଟ ରାଜକିଶୋର ସାହୁ ଏମ୍‌‌ଆଇ ୧୭ ହେଲିକପ୍ଟର ନେଇ ଦ୍ରାସ୍‌ରେ ପାକିସ୍ଥାନୀ ବଙ୍କର ଉଡାଉ ଥିବାବେଳେ ଶତ୍ରୁ ମିଜାଇଲ ମାଡ଼ କରିଥିଲା ଏବଂ ଏଥିରେ ରାଜକିଶୋର ସହିଦ ହୋଇ ଯାଇଥିଲେ।ବାଲେଶ୍ଵରର ହାବିଲଦାର ଗଙ୍ଗାରାମ ଦାସ ଏବଂ କଟକର ଗୋପୀନାଥ।ମହାରଣା ପାକିସ୍ଥାନୀଙ୍କ ସହ ଲଢ଼ି ସହିଦ ହୋଇଥିଲେ।ଶ୍ରୀନିବାସ ଏସ୍‌ ପାତ୍ର‌ ଯାହାଙ୍କୁ ଗଞ୍ଜାମ ବାଘ ବୋଲି ଲୋକେ କହୁଥିଲେ ସେ ମଧ୍ୟ କାରଗିଲ ଯୁଦ୍ଧରେ ଲଢେଇ କରି ନିଜ ଜୀବନ ହରାଇଥିଲେ କିନ୍ତୁ ଦେଶକୁ ଶତ୍ରୁ ହାତରେ ଟେକି ଦେଇ ନଥିଲେ। ଅନୁଗୁଳର‌ ସିଗ୍ନାଲ ମ୍ୟାନ ମାନସ ରଞ୍ଜନ ସାହୁ ଯୁଦ୍ଧ ପୂର୍ବରୁ ଘରକୁ ଚିଠି ଲେଖି ଖୁବ୍‌ ଶୀଘ୍ର ଘରକୁ ଫେରିବେ ସୂଚନା ଦେଇଥିଲେ। ଚାକିରି ତିନିମାସ ହୋଇଥିଲା। ଶତ୍ରୁ ଆକ୍ରମଣରେ ଆମ ନଷ୍ଟ ଭ୍ରଷ୍ଟ ହୋଇଥିବା‌ ରାଡ଼ାର ସିଷ୍ଟମକୁ ସଜାଡୁ ଥିବାବେଳେ ଜୁନ୍‌ ୭ ତାରିଖ ଦିନ‌ ଶତ୍ରୁର ଗୋଳା ମାଡ଼ରେ ନିହତ ହୋଇଥିଲେ।

ଭଦ୍ରକ ଚାନ୍ଦବାଲି ଅଞ୍ଚଳର ନିରଞ୍ଜନ ବେହେରା ମଧ୍ୟ କାରଗିଲ ଯୁଦ୍ଧରେ ଲଢେଇ କରି ସୀମାରେ ସହିଦ ହୋଇଯାଇଥିଲେ। ଏହି ଯବାନ ଯେଉଁ ମାନେ ଆମର ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇଦେଲେ
ସେମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।

Share

Leave a Reply