କଟକ: ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ମାର୍ଚ୍ଚ ୫ରେ ଅନୁଷ୍ଠିତ ହେବ। ୧ ଲକ୍ଷ ୭୩ ହଜାର ୧୬୩ ବିଦ୍ୟାର୍ଥୀ ୯୨୯ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ। ତନ୍ମଧ୍ୟରୁ ଷଷ୍ଠ ଶ୍ରେଣୀରେ ୧୩୬୪୯୧, ସପ୍ତମ ଶ୍ରେଣୀରେ ୧୭୧୫୪, ଅଷ୍ଟମରେ ୧୨୪୫୬ ଏବଂ ନବମ ଶ୍ରେଣୀରେ ୫୭୧୬ ଜଣ ବିଦ୍ୟାର୍ଥୀ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ନିମନ୍ତେ ଫର୍ମପୂରଣ କରିଛନ୍ତି।
ସେହିଭଳି ଷଷ୍ଠ ଶ୍ରେଣୀର ୧୩୪୬ ଜଣ ପରୀକ୍ଷାର୍ଥୀ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ନିମନ୍ତେ ଫର୍ମପୂରଣ କରିଛନ୍ତି। ପରୀକ୍ଷାର୍ଥୀ ମାନେ ବୋର୍ଡ ୱେବସାଇଟରୁ ପରୀକ୍ଷାର୍ଥୀମାନେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ ବୋଲି ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି।