ଓଡିଶା ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି ୫ମର ଅନୁଗୁଳ ଜିଲ୍ଲା ଗସ୍ତ

You are currently viewing ଓଡିଶା ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି ୫ମର ଅନୁଗୁଳ ଜିଲ୍ଲା ଗସ୍ତ

ଅନୁଗୁଳ: ଓଡିଶା ବିଧାନସଭା ବିଭାଗୀୟ ଷ୍ଟାଣ୍ଡିଂ କମିଟି- ୫ମ
ଆଜି ମାନ୍ୟବର ବିଧାୟକ ବିଭୁତି ଭୂଷଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଗୁଳ ଜିଲ୍ଲା ଗସ୍ତରେ ଆସି ତାଳଚେରର ମଣ୍ଡାପାଳ ଉପଖଣ୍ଡ  ଚିକିତ୍ସାଳୟ,ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ
ଚିକିତ୍ସାଳୟ, ଖମାରର ଗୋଷ୍ଠୀ ଚିକିତ୍ସା କେନ୍ଦ୍ର ଏବଂ ପାଳଲହଡା ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିବା ସହିତ ଚିକିତ୍ସାଳୟର ବିଭିନ୍ନ ଆନୁସଙ୍ଗିକ ବିଷୟରେ ଆଲୋଚନା କରିଥିଲେ ।

ବିଧାୟକ ଊମା ଚରଣ ମଲ୍ଲିକ, ଡ.ଫକିର ମୋହନ ନାଏକ, ରୁପେଶ କୁମାରବପାଣିଗ୍ରାହୀ,ସତ୍ୟଜିତ୍ ଗମାଙ୍ଗୋ ସଦସ୍ୟ ଭାବେ ଯୋଗ ଦେଇଥିଲେ। ପାଳଲହଡା ବିଧାୟକ ଅଶୋକ ମହାନ୍ତି କମିଟି ସହ ସାମିଲ ହୋଇଥିଲେ। ଏହି ଅବସରରେ ସ୍ବାସ୍ଥ୍ୟବସେବା ପ୍ରତିଷ୍ଠାନର ବିଭିନ୍ନ ସମସ୍ୟା ଗୁଡିକ ସମୀକ୍ଷା କରିବା ସହିତ ରୋଗୀ, ଚିକିତ୍ସାଧିକାରୀ, ଚିକିତ୍ସାଳୟର କର୍ମଚାରୀମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅବଦାଲ ମୁହମ୍ମଦ୍ ଅଖତର, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟ, ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା, ଆଇଏଏସ ପ୍ରୋବେସନର କସ୍ତୁରୀ ସା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଦେବଦତ୍ତ ମହନ୍ତ, ଅତିରିକ୍ତ ଊନ୍ନୟନ ଅଧିକାରୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ପାଳଲହଡା ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପଟେଲ, ତାଳଚେର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରାଳ, ତାଳଚେର ତହସିଲଦାର ଆଲଫା ଜେନା, ପାଳଲହଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିଶାନ ମିଶ୍ର, ପାଲଲହଡା ତହସିଲଦାର ଆକାଂକ୍ଷା ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନିରୁପମା ପାଣି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନାରାୟଣ ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଚିକିତ୍ସାଳୟର କର୍ମଚାରୀ ଓ ଗଣମିଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply