ଓଡ଼ିଶାରେ ଆୟୁଷ୍ମାନ ଭାରତ ପାଇଁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ହେଲା ଚୁକ୍ତିନାମା

You are currently viewing ଓଡ଼ିଶାରେ ଆୟୁଷ୍ମାନ ଭାରତ ପାଇଁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ହେଲା ଚୁକ୍ତିନାମା

ଭୁବନେଶ୍ୱର: ଆୟୁଷ୍ମାନ ଭାରତ ଯୋଜନା ପାଇଁ ଏମଓୟୁ ସ୍ୱାକ୍ଷର। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଏମଓୟୁ ସ୍ୱାକ୍ଷରିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେବା ସହ କହିଛନ୍ତି, ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ଏମଓୟୁ । ୧.୩ କୋଟି ପରିବାରକୁ ଆୟୁଷ୍ମାନ ଭାରତ କାର୍ଡ ମିଳିବ। ୱାନ ନେସନ୍ ୱାନ୍ ହେଲଥ କାର୍ଡ ଯୋଜନାର ପରିସରଭୁକ୍ତ। ୩୦ ହଜାର ହସ୍ପିଟାଲ ସହ ଅନୁବନ୍ଧିତ ରହିବ। ସାରା ଭାରତରେ ଏହି କାର୍ଡ କାର୍ୟ୍ୟକାରୀ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ଓଡ଼ିଶାରେ ଆୟୁଷ୍ମାନ ଲାଗୁ ହେଲେ ରାଜ୍ୟ ପ୍ରାୟ ସାଢ଼େ ତିନି କୋଟି ଲୋକ ଉପକୃତ ହେବେ। ଆୟୁଷ୍ମାନ ପିଏମ୍ ଜନ ଆରୋଗ୍ୟ ଯୋଜନାରେ ପ୍ରତି ଯୋଗ୍ୟ ପରିବାର ସ୍ବାସ୍ଥ୍ୟ ସେବାରେ ପ୍ରତିବର୍ଷ ୫ ଲକ୍ଷ ଟଙ୍କାର, କ୍ୟାସଲେସ୍ ସ୍ୱାସ୍ଥ୍ୟ ସେବା ପାଇବେ । ହସ୍ପିଟାଲରେ ସେକେଣ୍ଡାରୀ ଏବଂ ଟେରସିଆରୀ କେୟାର ଏହି ଯୋଜନାରେ ଅନ୍ତର୍ଭୁକ୍ତ।

ଅର୍ଥାତ ଗମ୍ଭୀର ରୋଗ ସହ ଜଟିଳ ରୋଗର ଚିକିତ୍ସା ସୁବିଧା ମିଳିବ। ସରକାରୀ ହସ୍ପିଟାଲ ଓ ଏମପ୍ୟାନେଲଡ ଘରୋଇ ହସ୍ପିଟାଲରେ ମିଳିବ ସୁବିଧା। PM-JAY ଅଧୀନରେ ହସ୍ପିଟାଲରେ କ୍ୟାସଲେସ୍ ସ୍ବାସ୍ଥ୍ୟ ସେବା ପାଇବେ ହିତାଧିକାରୀ। ଏହି ଯୋଜନାରେ ଚିକିତ୍ସା ସମ୍ପର୍କିତ ୧୯୨୯ ପ୍ରକାର ଖର୍ଚ୍ଚ ଅନ୍ତର୍ଭୁକ୍ତ। ଔଷଧ, ନିଦାନ, ଡାକ୍ତରୀ ଫି, ରୁମ ଚାର୍ଜ, ସର୍ଜନ ଚାର୍ଜ , ଓଟି ଓ ଆଇସିୟୁ ଖର୍ଚ୍ଚ ଆଦି ଆୟୁଷ୍ମାନ ପିଏମ୍ ଜନ ଆରୋଗ୍ୟ ଭିତରେ ଅନ୍ତର୍ଭୁକ୍ତ ଅଛି। ଦେଶରେ ଯେ କୌଣସି ସ୍ଥାନରେ, ଏମପ୍ୟାନେଲଡ ସରକାରୀ ଓ ଘରୋଇ ହସ୍ପିଟାଲରେ ଏହି ଯୋଜନାର ସୁବିଧା ଉପଲବ୍ଧ। ଅର୍ଥାତ ଦେଶର ଯେ କୌଣସି ସ୍ଥାନରୁ ଲେକେ କ୍ୟାସଲେସ୍ ଟ୍ରିଟମେଣ୍ଟ ପାଇ ପାରିବେ। ଘରୋଇ ହସ୍ପିଟାଲ ଭଳି ସରକାରୀ ହସ୍ପିଟାଲଗୁଡିକୁ ମଧ୍ୟ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚର ଭରଣା କରିବେ ସରକାର।

Share

Leave a Reply