ଅନୁଗୁଳ: ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ପି.ଆର.ଓ ଟ୍ୱେନଟି ୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗତ କାଲିର ଖେଳରେ ସମ୍ବଲପୁର ୱାରୀୟର ରାଉରକେଲାକୁ ଏକ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସମ୍ବଲପୁର ତିନି ୱିକେଟରେ ୧୯୪ ରନ ସଂଗ୍ରହ କରିଥିଲା।
ସମ୍ବଲପୁରର ଆଦିତ୍ୟ ରାଉତ ୪୪ ବଲରୁ ୬୮ ରନ କରିଥିବା ବେଳେ ଅନୁଗୁଳ ଖେଳାଳୀ ଶ୍ରେୟଂଶ ଭରଦ୍ୱାଜ ୪୦ ଟି ବଲରୁ ବିସ୍ଫୋରକ ୫୨ ରନ କରିଥିଲେ। ଏହାର ଜବାବ ରାଉରକେଲା ସମ୍ବିତ ବରାଳଙ୍କ ୨୬ ଟି ବଲରୁ ୫୮ ରନ ସତ୍ତ୍ଵେ ୯ ୱିକେଟ୍ ହରାଇ ୧୯୩ ରନରେ ଅଟକି ଯାଇଥିଲା।