ଶୌଚ ହେବାକୁ ଯିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ବୃଦ୍ଧ ମୃତ

You are currently viewing ଶୌଚ ହେବାକୁ ଯିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ବୃଦ୍ଧ ମୃତ

ଅନୁଗୁଳ : ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ। ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ଜରପଡା ଥାନା କଞ୍ଜରା ଠାରେ ଶନିବାର ସକାଳେ ଏକ ଗାଡ଼ି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ସେହି ଗ୍ରାମର ସବିତ ପ୍ରଧାନ। ସୂଚନାନୁଯାୟୀ, ସବିତ ପ୍ରଧାନ ସକାଳେ ଶୌଚ ହେବାକୁ ବାହାରକୁ ଆସିଥିଲେ। ରାସ୍ତା ପାର ହେବା
ବେଳେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି। ଜରପଡା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଶବ ବ୍ୟବଚ୍ଛେଦ ପାଇଁ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାଯାଇଛି।

Share

Leave a Reply