ବଦଳିଲା ଓମ୍‌ସା ନିର୍ବାଚନ ଫଳାଫଳ, ଡା ବିଶ୍ୱଜିତ ସାମଲ ସାଧାରଣ ସମ୍ପାଦକ

You are currently viewing ବଦଳିଲା ଓମ୍‌ସା ନିର୍ବାଚନ ଫଳାଫଳ, ଡା ବିଶ୍ୱଜିତ ସାମଲ ସାଧାରଣ ସମ୍ପାଦକ

ଅନୁଗୁଳ: ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ଓମ୍‌ସା ବା ଓଡିଶା ଡାକ୍ତର ସଂଘ ନିର୍ବାଚନ ଫଳାଫଳରେ ପରିବର୍ତନ ଘଟିଛି।ପୂର୍ବ ପ୍ରକାଶିତ ଫଳାଫଳ ଅନୁସାରେ ଡା ପୁଣ୍ୟଶ୍ଲୋକ ଦାସ ସଭାପତି ଓ ଡା ଭଞ୍ଜନ ସାହୁ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ।

ଏ ଫଳାଫଳକୁ ବିରୋଧ କରି ପରାଜିତ‌ ପ୍ରାର୍ଥୀ ମାନେ ଓମ୍‌ସା ନିର୍ବାଚନ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ।ଅନଲାଇନ ଭୋଟିଂ ବେଳେ କିଛି ସଦସ୍ୟତା ନଥିବା ଲୋକ ଭୋଟ ଦେଇଥିବା ଜଣାପଡିଥିଲା।‌ ତେଣୁ ପୁନରଗଣତି ପରେ ଫଳାଫଳ ବଦଳି ଯାଇଥିଲା। ଡା ନାରାୟଣ ରାଉତ ସଭାପତି ଓ ଡା ବିଶ୍ୱଜିତ ସାମଲ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ। ଏ ଥିନେଇ ଡ଼ା ସାମଲଙ୍କୁ କିଛି ଶୁଭେଛୁ ଆଜି ସମ୍ବର୍ଦ୍ଧନା ଜଣାଇଥିଲେ। ଫଳାଫଳ ନେଇ ପ୍ରତିକ୍ରିୟାରେ ଡା ସାମଲ ସଂଘର ଉନ୍ନତି ପାଇଁ‌ କାର୍ଯ୍ୟ କରିବି ବୋଲି ଏଟିଭିକୁ କହିଛନ୍ତି।

Share

Leave a Reply