୨୮ ରେ ବିଧାନସଭା ଘେରାଉ କରିବ ପାଚିକା ସହାୟିକା ସଂଘ, ଆଜି ପ୍ରସ୍ତୁତି ଶେଷ

You are currently viewing ୨୮ ରେ ବିଧାନସଭା ଘେରାଉ କରିବ ପାଚିକା ସହାୟିକା ସଂଘ, ଆଜି ପ୍ରସ୍ତୁତି ଶେଷ

ଅନୁଗୁଳ: ସ୍ଥାନୀୟ ସାଇ ମନ୍ଦିରସ୍ଥିତ ଏସୟୁସିଆଇ କମ୍ୟୁନିଟି କାର୍ଯ୍ୟାଳୟ ଠାରେ କେନ୍ଦ୍ରୀୟ ଶ୍ରମିକ ସଂଗଠନର ଏଆଇୟୁଟିୟୁସି ସହବନ୍ଧିତ ଓଡ଼ିଶା ମିଳିତ ବିଦ୍ୟାଳୟ ପାଚିକା ସହାୟିକା ସଂଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ୨୮ ନଭେମ୍ବର ତାରିଖ ଦିନ ବିଧାନସଭା ସମ୍ମୁଖରେ ରାଜ୍ୟସ୍ତରୀୟ ବିକ୍ଷୋଭ ସମାବେଶ ସହ ଘେରାଉ କରିବାକୁ ନିଷ୍ପତ୍ତି ହୋଇଛି। ଏହି ବିକ୍ଷୋଭରେ ଜିଲ୍ଲାର ସମସ୍ତ ବିଦ୍ୟାଳୟରେ କାର୍ଯ୍ୟରତ ପାଚିକା ସହାୟିକାଙ୍କ ସମେତ ଶିକ୍ଷକ, ଶିକ୍ଷା ପ୍ରେମୀ ଜନସାଧାରଣ ସହଯୋଗ କରିବାକୁ ପାଚିକା ସଂଘ ପକ୍ଷରୁ ଅନୁରୋଧ କରାଯାଇଛି।

ଆଜିର ସାମ୍ବାଦିକ ସମ୍ମିଳନୀରେ ଅନୁଗୁଳ ଜିଲ୍ଲା ପାଚିକା ସହାୟିକା ସଂଘର ସଭାପତି ବ୍ରଜବନ୍ଧୁ ସାହୁ, ସମ୍ପାଦିକା ବୁଲି ବାରିକ, କର୍ମକର୍ତ୍ତା ନୟନା ସାହୁ, ପ୍ରହ୍ଲାଦ ସାହୁ, ମାନସୀ ସ୍ୱାଇଁ ଉପସ୍ଥିତ ଥିଲେ।

Share

Leave a Reply