ନବମ ଶ୍ରେଣୀ ଛାତ୍ରୀଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

You are currently viewing ନବମ ଶ୍ରେଣୀ ଛାତ୍ରୀଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

ବଇଣ୍ଡା: କିଶୋରନଗର ବ୍ଲକ ଅଞ୍ଚଳର ଜଣେ ନବମ ଶ୍ରେଣୀ ଝିଅକୁ ହଣ୍ଡପା ଥାନା ହିଞ୍ଜିରୀଡା ଜଙ୍ଗଲରେ ଦୁଷ୍କର୍ମ କରାଯାଇଥିବା ନେଇ ସୋମବାର ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତାର ବାପା ହଣ୍ଡପା ଥାନାରେ ଅଭିଯୋଗ କରିବା ପରେ ଆଇଆଇସି ନମିତା ନାୟକ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସନୁଜ୍ୟ ନାୟକଙ୍କୁ ଗିରଫ କରି ମଙ୍ଗଳବାର ଆଠମଲ୍ଲିକ କୋର୍ଟ ଚାଲାଣ କରିଛନ୍ତି।

ପୋଲିସ କହିଛି, ପୀଡ଼ିତା ଛେଣ୍ଡିପଦା ଥାନା ଅଞ୍ଚଳରେ ଥିବା ତାଙ୍କ ସମ୍ପର୍କୀୟ ଘରକୁ ବୁଲିବାକୁ ଯାଇଥିଲେ।ସେ ସନୁଜ୍ୟଙ୍କ ସହ ଏକ ବାଇକରେ ଘରକୁ ଆସୁଥିବା ବେଳେ ସନୁଜ୍ୟ ହିଞ୍ଜିରୀଡା ଜଙ୍ଗଲରେ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଘଟଣା କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।
ପରେ ପୀଡ଼ିତା ଘରକୁ ଆସି ପରିବାର ଲୋକଙ୍କୁ ଜଣାଇବା ପରେ ଛାତ୍ରୀଙ୍କ ବାପା ହଣ୍ଡପା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଉଭୟଙ୍କୁ ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share

Leave a Reply