ମୋଟର ସାଇକେଲ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା, ଜଣେ ଗିରଫ

You are currently viewing ମୋଟର ସାଇକେଲ ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା,  ଜଣେ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ କୋରଡା ଗ୍ରାମରେ ମୋଟରସାଇକେଲ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବୁଧବାର ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଯୁବକ ହେଲେ କୋରଡା ଗ୍ରାମର ରାଜୁ ଗୋଛାୟତ।

ସୂଚନା ମୁତାବକ, କୋରଡା ଗ୍ରାମର ଚତୁରାନନ ସାହୁ କୋରଡା ଉଚ୍ଚବିଦ୍ୟାଳୟ ଛକରୁ ନିଜ ଘର ଆମ୍ବବୋରୀ ସାହିକୁ ମୋଟର ସାଇକେଲରେ ଯାଉଥିବା ବେଳେ ଗୋଛାୟତ ସାହି ହମ୍ପସ ନିକଟରେ ସେହି ଗାଁର ରାଜୁ ଗୋଛାୟତ ଏକ ମୋଟରସାଇକେଲରେ ଆସି ତାଙ୍କ ପଛପଟୁ ଧକ୍କା ଦେଇଥିଲା। ଫଳରେ ସେ ତଳେ ପଡି ଗୁରୁତର ହୋଇଥିଲେ।
ତାଙ୍କୁ ପ୍ରଥମେ କୋଶଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତା’ ପରେ ଅନୁଗୁଳ ଓ ଶେଷରେ କଟକ ସ୍ଥାନାନ୍ତର କରାଯାଇଥିଲା। କଟକରେ ଏକ ଘରୋଇ ମେଡ଼ିକାଲରେ ମାର୍ଚ୍ଚ ୮ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପରେ ତାଙ୍କ ଭାଇ ଚକ୍ରଧର କୋରଡା ଗ୍ରାମର ରାଜୁ ଗୋଛାୟତଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ଭାଇର ମୃତ୍ୟୁ ହୋଇଥିବା ନେଇ ମାର୍ଚ୍ଚ ୯ ତାରିଖରେ ଜରପଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଜରପଡା ଥାନା କେସ ନଂ ୭୨/୨୩ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ବୁଧବାର ରାଜୁ ଗୋଛାୟତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share

Leave a Reply