ଗଞ୍ଜେଇ ପ୍ୟାକିଙ୍ଗ ବେଳେ ଚଢ଼ାଉ: ଗଞ୍ଜେଇ ସମେତ କାର ଜବତ, ଜଣେ ଗିରଫ

You are currently viewing ଗଞ୍ଜେଇ ପ୍ୟାକିଙ୍ଗ ବେଳେ ଚଢ଼ାଉ: ଗଞ୍ଜେଇ ସମେତ କାର ଜବତ, ଜଣେ ଗିରଫ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳ ବନଦୁର୍ଗା ପୀଠ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚୋରାଚାଲାଣ ପାଇଁ ପ୍ୟାକିଙ୍ଗ ଚାଲିଥିବା ବେଳେ ପୋଲିସ ଚଢ଼ାଉ କରି ୪୫ କେଜି ଗଞ୍ଜେଇ ସହ ଏକ ମାରୁତି କାର ଜବତ କରିଛି। ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ବିଶ୍ୱସ୍ତ ସୂଚନା ପାଇ ଜଙ୍ଗଲ ଭିତରେ ଚଢ଼ାଉ କରିଥିବା ପୋଲିସକୁ ଦେଖି କିଛି ଦୁର୍ବୃତ୍ତ ଅନ୍ଧାରରେ ଫେରାର ହୋଇଯାଇଥିଲେ। ଘଟଣାସ୍ଥଳରୁ ଦୁଇ ବସ୍ତା ଗଞ୍ଜେଇ ଜବତ ହୋଇଥିବା ବେଳେ ମାଜିଷ୍ଟ୍ରେଟ ଉପସ୍ଥିତିରେ ଓଜନ କରାଯାଇ ୪୫ କେଜି ଗଞ୍ଜେଇ ଥିବା ଜଣାପଡ଼ିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ କଂକୁରପାଳ ଗାଁର ସରୋଜ କୁମାର ସାହୁ।

ପ୍ରାଥମିକ ତଦନ୍ତରୁ ଫୁଲବାଣୀରୁ ଛେଣ୍ଡିପଦା ଦେଇ କେନ୍ଦୁଝରକୁ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡ଼ିଛି। ଏ ନେଇ ଥାନା କେସ ନଂ. ୫୫୯/୨୫ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।

Share

Leave a Reply