ଅନୁଗୁଳ: ଅନୁଗୁଳ ସଦର ଥାନା ପୁଲିସ ମଙ୍ଗଳବାର ଗୋଟିଏ ଚୋରି କାରକୁ ଉଦ୍ଧାର କରିବାସହ କାର ଚୋରି ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ଯେ, ସଦର ଥାନା ଅନ୍ତର୍ଗତ ପଞ୍ଚମହଲାଠାରେ ଥିବା ଶ୍ରୀଲକ୍ଷ୍ମୀ ଇଣ୍ଡଷ୍ଟ୍ରି ପରିସରରୁ ସୋମବାର ରାତିରେ ଏକ କାର ଚୋରି ହୋଇଥିଲା। ଏ ନେଇ ସଂସ୍ଥାର ଷ୍ଟୋର କିପର ଜଗନ୍ନାଥ ଦାସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରି ବନ୍ତଳା ଥାନା ଅନ୍ତର୍ଗତ ପମ୍ପାସର ନିକଟରୁ କାରକୁ ଉଦ୍ଧାର କରିବାସହ କାର ଚୋରି ଅଭିଯୋଗରେ ବଡ଼କେରାର ସନ୍ତୋଷ ନାଏକ(୩୫)ଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।
ଚୋରି କାର ଉଦ୍ଧାର, ଅଭିଯୁକ୍ତ ଗିରଫ
- Post published:March 29, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
