ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଦୁଷ୍କର୍ମ, ଜଣେ ଗିରଫ

You are currently viewing ବିବାହ ପ୍ରତିଶ୍ରୁତି ଦେଇ ନାବାଳିକାଙ୍କୁ ଦୁଷ୍କର୍ମ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳର ଜଣେ ୧୭ ବର୍ଷର ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୀର୍ଘ ଦିନଧରି ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ମଙ୍ଗଳବାର ଗିରଫ କରିଛି। ସୂଚନା ଯେ, ସହରର ନାଖରା ସାହିର ମହେନ୍ଦ୍ର ପ୍ରଧାନ(୨୬) ଜଣେ ନାବାଳିକାଙ୍କୁ ୩ ବର୍ଷ ତଳେ ପ୍ରେସମ୍ପର୍କ ସ୍ଥାପନକରିଥିଲେ। ତାଙ୍କୁ ବିହର ପ୍ରତିଶ୍ରୁତି ଦେଇ ଶାରିରିକ ସମ୍ପର୍କ ସ୍ଥାପନ କରିଥିଲେ। ତେବେ ସୋମବାର ସେ ଅନ୍ୟତ୍ର ବିବାହ କରିବାକୁ ଯାଇଥିବା ଜାଣି ନାବାଳିକାଙ୍କ ପରିବାର ଲୋକ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ମଙ୍ଗଳବାର ଅଭିଯୁକ୍ତ ମହେନ୍ଦ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Share

Leave a Reply