ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଓ ବ୍ଲାକ୍ମେଲ୍ କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ସୁଶୁଡ଼ା ଗାଁ ପ୍ରଶାନ୍ତ ନାଏକ ନାମକ ଜଣେ ଯୁବକ ଯୁବତୀଙ୍କସହ ପ୍ରେମ ସମ୍ପର୍କ ସ୍ଥାପନକରି ମୃଦୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିଲେ। ସେହି ସମୟର ଫଟୋ ଉଠାଇଥିଲେ। ଏହି ଫଟୋ ଦେଖାଇ ବାରମ୍ବାର ଦୁଷ୍କର୍ମ କରୁଥିଲେ। ଏବେ ଯୁବତୀଙ୍କ ବିବାହ ପାଇଁ ପ୍ରସ୍ତାବ ଆସିବାରୁ ଏହାକୁ ଭାଙ୍ଗିବା ପାଇଁ ଯୁବତୀଙ୍କୁ ବ୍ଲାକ୍ମେଲ କରୁଥିଲେ। ଏଥିରେ ଅତିଷ୍ଠ ହୋଇ ଯୁବତୀ ଗୁରୁବାର ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଶୁକ୍ରବାର ପ୍ରଶାନ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।
ଯୁବତୀଙ୍କୁ ଦୁଷ୍କର୍ମ ଓ ବ୍ଲାକ୍ମେଲ୍ ଅଭିଯୋଗରେ ଯୁବକ ଗିରଫ
- Post published:May 21, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul