ATMରୁ ଚୋରି ଉଦ୍ୟମ ବେଳେ ଜଣେ ଅଟକ, ୨ ଫେରାର

You are currently viewing ATMରୁ ଚୋରି ଉଦ୍ୟମ ବେଳେ ଜଣେ ଅଟକ, ୨ ଫେରାର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଜରପଡା ଥାନା ଅଞ୍ଚଳର ହାଟପଡ଼ାରେ ଥିବା ଏସବିଆଇ ଏଟିଏମରୁ ଚୋରି ଉଦ୍ୟମ ବେଳେ ପୁଲିସ ଚଢ଼ାଉ କରି ଜଣେ ଯୁବକଙ୍କୁ ଅଟକ ରଖିଛି, ଯାହାଫଳରେ ଅନ୍ୟ ଦୁଇ ଯୁବକ ଫେରାର ହୋଇଯାଇଛନ୍ତି। ଘଟଣାଟି ବିଳମ୍ବିତ ରାତିରେ ଘଟିଥିବା ବେଳେ ତଦନ୍ତ ଜାରି ରହିଛି।

ସୂଚନା ଅନୁଯାୟୀ, ଜରପଡା ଥାନାଠାରୁ ମାତ୍ର ୩୦୦ ମିଟର ଦୂରରେ ଅବସ୍ଥିତ ଏହି ଏଟିଏମରେ ୩ ଜଣ ଯୁବକ ପ୍ରବେଶ କରି ଲୁଟ ଉଦ୍ୟମ ଚଳାଇଥିଲେ। ଏଟିଏମ କର୍ତ୍ତୃପକ୍ଷ ଏ ବିଷୟରେ ଜାଣିବା ପରେ ତୁରନ୍ତ ଜରପଡା ଥାନାକୁ ଖବର ଦେଇଥିଲେ। ଖବର ପାଇଁ  ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲା। ପୋଲିସକୁ ଦେଖିବା ମାତ୍ରେ ଦୁଇ ଯୁବକ ଅନ୍ଧାରର ଲାଭ ନେଇ ଦୌଡ଼ି ପଳାଇଯାଇଥିବା ବେଳେ ଜଣେ ଯୁବକକୁ ପୁଲିସ କାବୁ କରିଛି। ଅଟକ ଯୁବକଙ୍କୁ ଥାନାକୁ ଅଣାଯାଇ ପଚରାଉଚରା କରାଯାଉଛି। ଫେରାର ଦୁଇ ଅଭିଯୁକ୍ତଙ୍କ ଖୋଜା ଜାରି ରହିଛି ଏବଂ ଏଟିଏମରୁ କୌଣସି ଟଙ୍କା ଚୋରି ହୋଇନଥିବା ଜଣାପଡ଼ିଛି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Share

Leave a Reply