ଅନୁଗୁଳ ଜିଲ୍ଲାସ୍ତରୀୟ ଉଚ୍ଚ ବିଦ୍ୟାଳୟ ସମୂହ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦିନିକିଆ ସମ୍ମିଳନୀ, ତାଲିମ ନେଲେ ୨୬ ଶିକ୍ଷକ

You are currently viewing ଅନୁଗୁଳ ଜିଲ୍ଲାସ୍ତରୀୟ ଉଚ୍ଚ ବିଦ୍ୟାଳୟ ସମୂହ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦିନିକିଆ ସମ୍ମିଳନୀ, ତାଲିମ ନେଲେ ୨୬ ଶିକ୍ଷକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲାସ୍ତରୀୟ ଉଚ୍ଚ ବିଦ୍ୟାଳୟ ସମୂହ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଦିନିକିଆ ସମ୍ମିଳନୀ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ମୁଖ୍ୟ ବକ୍ତା ଭାବରେ କଟକ ମାଧ୍ୟମିକ ଶିକ୍ଷା ବୋର୍ଡର ଉପସଭାପତି ନିହାର ରଞ୍ଜନ ମହାନ୍ତି, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର, କାର୍ଯ୍ୟକ୍ରମର ସଭାପତି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ସୁସ୍ମିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏ ଅବସରରେ ଆଗାମୀ ବୋର୍ଡ ପରୀକ୍ଷାରେ ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ପ୍ରଗତିକୁ କିପରି ସୁନିଶ୍ଚିତ କରି ଅଧିକ ସଫଳତା ପାଇବେ ସେ ନେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ସମଗ୍ର ଜିଲ୍ଲାରୁ ୨୪୯ ଜଣ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ, ୮ ଜଣ ଗୋଷ୍ଠୀ ଶିକ୍ଷାଧିକାରୀ ସମେତ ସମୁଦାୟ ୨୮୦ ଜଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।

Share

Leave a Reply