ବଜ୍ରପାତରେ ଜଣେ ମୃତ ଅନ୍ୟଜଣେ ଗୁରୁତର

You are currently viewing ବଜ୍ରପାତରେ ଜଣେ ମୃତ ଅନ୍ୟଜଣେ ଗୁରୁତର

ଅନୁଗୁଳ: ବନ୍ତଳା ଥାନା ବଲଙ୍ଗ ଗାଁରେ ଆଜି ବଜ୍ରପାତ ଘଟି ଜଣକର ମୃତ୍ୟୁ ଘଟିଛି।

ସୁଚନା ଯେ, ଗାଁର ପ୍ରଭାକର ଦେହୁରୀ(୬୦) ଓ ଦେବରାଜ ବେହେରା ଗାଈ ଚରାଇବାକୁ ଯାଇ ଅପରାହ୍ନରେ ଗୋଠ ଧରି ଫେରୁଥିବା ବେଳେ ହଠାତ ଝଡ ଆସିବାରୁ ଦୁଇଜଣ ଯାକ ଗୋଟେ ଗଛ ମୂଳେ ଠିଆ ହୋଇଥିଲେ।ଏହି ସମୟରେ ବଜ୍ର ପାତ ହେବାରୁ ପ୍ରଭାକରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା ଓ ଦେବରାଜ ଗୁରୁତର ଆହତ ହୋଇଥିଲେ।ଆମ୍ବୁଲାନ୍ସ ନ ମିଳିବାରୁ ଗାଁରେ ଥିବା ଏକ ବସ ଯୋଗେ ଅନୁଗୁଳ ଡାକ୍ତରଖାନା ନେଇଥିଲେ। ଆହତ ଦେବରାଜଙ୍କ ସେଠାରେ ଚିକିତ୍ସା ଚାଲିଛି।

Share

Leave a Reply